ଭୁବନେଶ୍ବର : ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ମଇଁଷିଖାଲ ଅଞ୍ଚଳରୁ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ବ୍ରାଉନସୁଗାର ବେପାର ଅଭିଯୋଗରେ ଜଣେ ୬୦ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଗିରଫ କରିଛି ପୋଲିସ । ଗିରଫ ବୃଦ୍ଧାଙ୍କ ନାଁ ଚିତ୍ରା ବେହେରା ବୋଲି ଜଣାପଡିଛି । ତେବେ ତାଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାର ତଦନ୍ତ ଜାରି ରଖିଛି ପୋଲିସ ।
