ଦରମା ଓ ବୀମା ସୁବିଧା ଦାବି କରି ଏଆରସିଏସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହରତାଳ କରିଛନ୍ତି ଆନନ୍ଦପୁର ଲ୍ୟାମ୍ପ କର୍ମଚାରୀ ସଂଘ

ଆନନ୍ଦପୁର : ଶନିବାର ଆନନ୍ଦପୁର ଲ୍ୟାମ୍ପ କର୍ମଚାରୀ ସଂଘ ପକ୍ଷରୁ ଏଆରସିଏସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହରତାଳ କରାଯାଇଛି । ଗତ ୧୪ ତାରିଖ ଠାରୁ କର୍ମଚାରୀ ମାନେ ଆନ୍ଦୋଳନ କରୁଥିଲେ । ଜେବେ ଶନିବାର ୫ ଦଫା ଦାବି ନେଇ ଏହି ହରତାଳ ହୋଇଥିବା ସୂଚନା ମିଳିଛି । ଲ୍ୟାମ୍ପରେ ନୂତନ ଭାବେ ନିଯୁକ୍ତି ହେବାକୁ ଥିବା ଚିଫ୍ ଏକଜ୍ୟୁକେଟିଭକୁ ବିରୋଧ କରାଯାଇଛି । ଏନେଇ ସରକାରୀ ଭାବେ ଯେଉଁ ନିଷ୍ପତ୍ତି ନିଆଯାଇଛି ତା ବିରୋଧରେ ସଙ୍ଘ ପ୍ରତିବାଦ କରୁଛି । ନିଷ୍ପତ୍ତିକୁ ପ୍ରତ୍ୟାହାର ସହ କର୍ମଚାରୀଙ୍କୁ ସପ୍ତମ ବେତନ ହାରରେ ଦରମା ଓ ବୀମା ସୁବିଧା ପାଇଁ ସଙ୍ଘ ଦାବି କରିଛି । ତେବେ ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *