କୋରାପୁଟ : ଆଇଇଡି ବୋମକୁ ନିଷ୍କ୍ରିୟ କଲେ ଯବାନ । କୋରାପୁଟ ଜିଲ୍ଲା ରାମଗିରିରେ ଥିବା ବିଏସଏଫ ଟିମ୍ ଏହି ବୋମାକୁ ନିଷ୍କ୍ରିୟ କରିଛି । ସୂଚନାନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାମଗିରି-ଗୁପ୍ତେଶ୍ବର ରାସ୍ତାର ପୂଜାରୀପୁଟ ଜଙ୍ଗଲରୁ ଯବାନମାନେ ଏକ ଆଇଡି ଠାବ କରିଥିଲେ । ସୁରକ୍ଷା ବାହିନୀକୁ ଟାର୍ଗେଟ କରି ମାଓବାଦୀ ଏହାକୁ ଖଞ୍ଜିଥିଲେ । ତେବେ ରାମଗିରି ସ୍ଥିତ ବିଏସଏଫ ୧୫୧ ବାଟାଲିୟନର ବମ୍ ସ୍କ୍ୱାର୍ଡ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆଇଡି ବୋମକୁ ନିଷ୍କ୍ରିୟ କରିଥିଲେ। ଫଳରେ ବଡ ଧରଣର ଅଘଟଣକୁ ଟାଳି ଦିଆଯାଇଛି । ସୂଚନାଯୋଗ୍ୟ, ଛତିଶଗଡ ସୀମାନ୍ତ ଅଞ୍ଚଳରେ ସକ୍ରିୟଥିବା ମାଓବାଦୀଙ୍କୁ ଦମନ କରିବାକୁ ବିଏସଏଫ ପକ୍ଷରୁ ବ୍ୟାପକ ଅପରେସନ ଚାଲିଛି । ଯବାନକୁ ଟାର୍ଗେଟ କରି ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଆଇଡି ବୋମା ଖଞ୍ଜିଥିବା ଦେଖିବାକୁ ମିଳିଛି ।
