ନିଜେ ବିଛାଇ ଥିବା ଜାଲରେ ନିଜେ ପଡି ମୃତ୍ୟୁ ବାରଣ କଲେ ଶିକାରୀ

ବୌଦ୍ଧ : ବୌଦ୍ଧ ରେଞ୍ଜ ଗଣ୍ଡିସର ସେକ୍ସନ ପିପଳମୁଣ୍ଡା ଜଙ୍ଗଲରେ ଅଭାବନୀୟ ଘଟଣା । ବାର୍‌ହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଗଲା ୨ ଶିକାରୀଙ୍କ ଜୀବନ । ମୃତକ ହେଲେ କୁରୁକୁଳ ଗାଁର ଦଶ୍ୟନନ୍ଦ ଦେହୁରୀ ଓ ରମ୍ଭିକଟା ଗାଁର କଇରା ବାଘ ବୋଲି ଜଣାପଡିଛି । ଖବର ଅନୁଯାୟୀ, ପିପଳମୁଣ୍ଡା ଜଙ୍ଗଲରେ ଉପରେ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରରୁ ଜେଇ ସଂଯୋଗ କରି ବାର୍‌ହା ଶିକାର ପାଇଁ ତାର ବିଛାଇଥିଲେ ଶିକାରୀ । ତେବେ ଅସାବଧାନତା ବଶତଃ ଉଭୟେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ।  ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ଜୀବନ ଯାଇଥିଲା । ତେବେ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା କିଛି ଲୋକ ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ବୌଦ୍ଧ ରେଞ୍ଜ ଅନ୍ତର୍ଗତ ଗୌଡ଼ଦେଇ ଜଙ୍ଗଲରୁ ୩ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବନ ବିଭାଗ । ମାତ୍ର ୨୪ ଘଣ୍ଟା ନପୁରୁଣୁ ବୌଦ୍ଧ ରେଞ୍ଜରୁ ୨ ଶିକାରୀଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *