ହାତବୋମା ପକାଇ ବାରାହା ଶିକାର ବେଳେ ୮ ଶିକାରୀ ଗିରଫ

ତେଲକୋଇ : ହାତବୋମା ପକାଇ ବାରାହା ଶିକାର ବେଳେ ୪ ଶିକାରୀ ଗିରଫ । ଦୁଇ ଶିକାରୀ ଗୋଳାଗାଡିଆ ଗାଁର ଗୁରୁଚରଣ ନାଏକ ଓ ଲୁଲୁ ମୁଣ୍ଡା ହୋଇଥିବା ବେଳେ କନ୍ତଲେଇ ଗାଁ ଓ ଦେଉଳଡିହା ଗାଁରୁ ଜଣେ ଲେଖାଏଁ ଶିକାରୀକୁ ଗିରଫ କରିଛି ବନବିଭାଗ । ଗତକାଲି ବିଳମ୍ବିତ ରାତିରେ ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଖବର ପାଇ ତେଲକୋଇ ବନବିଭାଗର ରେଞ୍ଜ ଅଫିସର, ଫରେଷ୍ଟର ଓ ବନପାଳଙ୍କ ସହିତ ଗଜସାଥି ଟିମ ଓ ବନ କର୍ମଚାରୀ ମିଳିତ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ୪ ବାରାହା ଶିକାରୀ ଓ ୪ ଭାଲୁ ଶିକାରୀ ସହ ମୃତ ଭାଲୁକୁ ଜଵତ କରିଛି ବନବିଭାଗ । ବିଜ୍ଞବାହାଳ ଡିପିଏଫରେ ବିଦ୍ୟୁତ ତାରରେ ହୁକ ପକାଇ ଭାଲୁ ଶିକାର କରୁଥିଲେ ଶିକାରୀ । ସେମାନଙ୍କ ଠାରୁ ବାରାହା ମାସଂ ଗୋଟିଏ ହାତବୋମା ସହ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି ବନବିଭାଗ ।

Leave a Reply

Your email address will not be published. Required fields are marked *