ବ୍ୟାଙ୍କ ମ୍ୟାନେଜର ଙ୍କୁ ମାଡ ମାରିବା ଏବଂ ଭଙ୍ଗାରୁଜା ଅଭିଯୋଗରେ ବିଧାୟକ ଙ୍କ ନାମରେ ଏତଲା । ବ୍ୟାଙ୍କ ଭଙ୍ଗାରୁଜା ଏବଂ ମ୍ୟାନେଜର ଙ୍କୁ ମାଡ ମାରିବା ଭଳି ସଂଗୀନ ଅଭିଯୋଗ ଆସିଛି ସାଲେପୁର ବିଧାୟକ ପ୍ରକାଶ ବେହେରା ଙ୍କ ନାମରେ I ବିଧାୟକ ଜୋରଜବରଦସ୍ତ ବ୍ୟାଙ୍କ ଭିତରେ ପଶି ବ୍ୟାଙ୍କ ମ୍ୟାନେଜର ଙ୍କୁ ମାଡ ମାରିଥିବା ଏବଂ ଜିନିଷପତ୍ର ଭଙ୍ଗାରୁଜା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପୀରବଜାର ସେଣ୍ଟ୍ରାଲ ବ୍ୟାଙ୍କ୍ର ବ୍ୟାଙ୍କ୍ ମ୍ୟାନେଜର ପ୍ରଦୀପ କୁମାର ସାହୁ I ପ୍ରାପ୍ତ ଖବର ଅନୁଯାଇ ବ୍ୟାଙ୍କ ମ୍ୟାନେଜର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ସାଲେପୁର ବିଧାୟକ ତାଙ୍କ ସହିତ କିଛି କାମ ବିଷୟରେ କଥା ହେବାକୁ ବ୍ୟାଙ୍କ ଆସିଥିଲେ କିନ୍ତୁ କାର୍ଯ୍ୟବ୍ୟସ୍ତତା ହେତୁ କିଛିସମୟ ଅପେକ୍ଷା କରିବାକୁ ମ୍ୟାନେଜର କହିବାରୁ କର୍ମୀମାନେ ରାଗିଯାଇ ମ୍ୟାନେଜର ଙ୍କୁ ମାଡ ମାରିବା ସହିତ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ I
