ଦାଦନ କାମ କରି ଯିବାକୁ ବାଧ୍ୟ କରୁଛି ଦଲାଲ, ଭୟରେ ଜଙ୍ଗରେ ଜୀବନ ଯାପନ କରୁଛନ୍ତି ପରିବାର

ପଦ୍ମପୁର : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ମିଠାପଲ୍ଲୀ ପାଞ୍ଚୟତର ବୁଟୁରାଖମନ ଗ୍ରାମର ଏକ ପରିବାର ଏବେ ସର୍ଦ୍ଦାର ଭୟରେ ନିଜ ଘରରେ ରହିପାରୁ ନାହାଁନ୍ତି । ସେମାନେ ଦାଦନ କାମ କରି ଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ବିଭିନ୍ନ ସମସ୍ୟା କାରଣରୁ ସେମାନେ ଯାଇପାରିବେ ନାହିଁ କହିଥିଲେ । ଫଳରେ ସର୍ଦ୍ଦାର ଜଣଙ୍କ ସ୍ଥାନୀୟ କିଛି ଲୋକଙ୍କୁ ହାତକରି, ସେମାନଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ପିଟ କରୁଛି ଓ ଯିବାପାଇଁ ବାଧ୍ୟ କରୁଛି । ତେଣୁ ଭୟରେ ସେମାନେ ଗାଁରେ ନରହି ସ୍ଥାନ ବଦଳାଇ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ରହୁଛନ୍ତି ।

ଦାଦନ ବହୁଳ ପାଇକମାଲ ବ୍ଲକ ଧାନ କାଟିବା ପରେ ସର୍ଦ୍ଦାର ଆସି ଲୋକଙ୍କୁ ପ୍ରଲୋଭନ ଦେଖାଇ, ଡରାଇ ଧମକାଇ କାମ କରିବା ପାଇଁ ବିଭିନ୍ନ ରାଜ୍ୟକୁ ନେଇଥାନ୍ତି । ଏଥର ପାଇକମାଲ ଅଞ୍ଚଳରେ ମରୁଡି ହୋଇଛି ତେଣୁ ଧାନ ଅମଳ ନାହିଁ । ତେଣୁ ଦଲାଲ ଏବେଠୁ ଲୋକଙ୍କୁ ଦାଦନ ଖଟାଇବା ପାଇଁ ନେବାକୁ ଯୋଜନା କରୁଛନ୍ତି । ଫଳରେ ଭୟରେ ଏହି ପରିବାର ୩ ଦିନ ହେଲା ଜଙ୍ଗରେ ଜୀବନ ଯାପନ କରୁଛନ୍ତି ।

Leave a Reply

Your email address will not be published. Required fields are marked *