୧୬୦ ଫୁଟ ଲମ୍ବର ଡଙ୍ଗା ଭସାଇ ପଞ୍ଚୁକ ପାଳିଲେ ମାଣତ୍ରୀ ପଞ୍ଚାୟତର ଗ୍ରାମବାସୀ

ସୋର : ବାଲେଶ୍ବର ଜିଲ୍ଲା ସୋର ମାଣତ୍ରୀ ପଞ୍ଚାୟତରେ ପଞ୍ଚୁକ ପାଳିଲେ ଗ୍ରାମବାସୀ । ବାଜା ବଜାଇ ସାଇକେଲରେ ବୁଲିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।

ଶୁକ୍ରବାର ସକାଳେ ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ଶ୍ରଦ୍ଧାଳୁମାନେ କିର୍ତ୍ତନ କରି ଘଣ୍ଟା ଓ ଶଙ୍ଖ ବଜାଇ ଧୁ୍ମଧାମରେ ପାଳନ କରିଥିଲେ । ଏହାସହ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୧୬୦ ଫୁଟ ଲମ୍ବର ଏକ ବିଶାଳ ଡଙ୍ଗା ସ୍ଥାନୀୟ ପୋଖରୀରେ ଭସାଇଛନ୍ତି । ପରେ ବାଜା ବଜାଇ, ସାଇକେଲରେ ବୁଲିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ।

Leave a Reply

Your email address will not be published. Required fields are marked *