ଉତ୍କଳ ସାମ୍ବାଦିକ ସଂଘ ବଣାଇ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଵଣାଇ ରିପୋର୍ଟ( ଲୋକନାଥ ସାମଲ)
ଆଜି ଜାତୀୟ ପ୍ରେସ ଦିବସ ଅବସରରେ ବଣାଇ ସଦର ମହକୁମା ଠାରେ ଉତ୍କଳ ସାମ୍ବାଦିକ ସଂଘ ସୁନ୍ଦରଗଡ଼ ଜିଲ୍ଲା ଶାଖା ଵଣାଇ ପକ୍ଷରୁ ବଣାଇ ଠାରେ ଥିବା ସାମ୍ବାଦିକ ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏଥିରେ ବଣାଇ ଉପଖଣ୍ଡର( ୪ଟି ) ବ୍ଲକ୍ ର ସମସ୍ତ ମୁଦ୍ରିତ, ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇ ଥିବା ବେଳେ, ଵଣାଇ ସାମ୍ବାଦିକ ସଂଘ ର ସଭାପତି ପ୍ରଦୀପ ତ୍ରିପାଠୀ, ସମ୍ପାଦକ ଵିଭୁ ପ୍ରସାଦ କର, ଉପଦେଷ୍ଟା ଦିଲିପ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ କୁମାର ଗୈାତମ ବାରିକ୍ ମଞ୍ଚାସିନ ହୋଇ ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କାର୍ଯ୍ୟ କ୍ରମ ଅନୁଷ୍ଠିତ ପୂର୍ବରୁ ଦିବଂଗତ ବରିଷ୍ଠ ସାମ୍ବାଦିକ ୰ ଲିଙ୍ଗରାଜ ସାହୁ, ତପନ କୁମାର ମଲ୍ଲିକ କଂ ଆତ୍ମା ର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ପରବର୍ତ୍ତୀ ପର୍ଯ୍ୟାୟରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଜାତୀୟ ପ୍ରେସ ଦିବସ ଅବସରରେ ଗଣମାଧ୍ୟମର ଆବଶ୍ୟକତା, ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ଅଧିକାର, ତଥା ସଶକ୍ତ ଗଣତନ୍ତ୍ର ନିମନ୍ତେ ଚତୁର୍ଥ ସ୍ତମ୍ଭ ର କାର୍ଯ୍ୟ କାରିତା ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସମୀର ପାଢି, ସତ୍ୟ ନାରାୟଣ ମିଶ୍ର, ଜିତେନ୍ଦ୍ର ଆଚାର୍ଯ୍ୟ,ହଵିବ ଖାନ୍, ଦୁର୍ଗା ମାଧବ ବେହେରା, ଲୋକନାଥ ସାମଲ, ଭ୍ରମର ଵାରିକ,ହବିଵ ଖାଁ, ଦୋଳଗୋବିନ୍ଦ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ

Leave a Reply

Your email address will not be published. Required fields are marked *