ଜିଲ୍ଲା ଜଜଙ୍କ ବଦଳି ଦାବିରେ ଆଜିଠାରୁ ଓକିଲ ସଂଘ ତରଫରୁ ୩ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ

ମାଲକାନଗିରି :  ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳଙ୍କୁ ଓକିଲଙ୍କ ଦୁର୍ବ୍ୟବହାର ମାମଲା ନୂଆ ମୋଡ଼ ନେଇଛି । ଜିଲ୍ଲା ଜଜଙ୍କ ବଦଳି ଦାବିରେ ଆଜିଠାରୁ ଓକିଲ ସଂଘ ତରଫରୁ ୩ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ଗତକାଲି ମାଲକାନଗିରି ଓକିଲ ସଂଘ ସଭାଗୃହରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ବ ଆଇନଜୀବୀ ଉପସ୍ଥିତ ଥିଲେ। ଗତ ୧୩ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମେଗା ଆଇନ ସେବା କ୍ୟାମ୍ପ ହୋଇଥିଲା । ଏଥିରେ ଜଣେ ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁକୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପକଙ୍କୁ ନ ଡାକିବା ପାଇଁ ଜିଲ୍ଲା ଜଜ୍ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ଅବଗତ କରାଯାଇଥିଲା । କାରଣ ଉକ୍ତ ଅଧ୍ୟାପକ ଓକିଲ ସମାଜକୁ ବିଭିନ୍ନ ପ୍ରକାର ଅପମାନ କରିବା ଯୋଗୁ ତାଙ୍କୁ ଜୁଡିସିଆଲର କୌଣସି ପ୍ରୋଗ୍ରାମକୁ ନ ଡାକିବାକୁ ଲିଖିତ ଦିଆଯାଇଥିଲା । ତା ସତ୍ୱେ ମଧ୍ୟ ତାଙ୍କୁ ସେଠାକୁ ଡକା ଯାଇଥିଲା। ତାଙ୍କୁ ପୋଗ୍ରାମରୁ ବାହାର କରିବାକୁ ଓକିଲ ଅଡ଼ି ବସିଥିଲେ। ତାଙ୍କୁ ବାହାର କରା ନଗଲେ କାର୍ଯ୍ୟକ୍ରମ କରାଇ ନଦେବା ପାଇଁ ଓକିଲ ସଂଘ ଅଡ଼ି ବସିଥିଲା ।

ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ଆସିଥିଲେ । ତାଙ୍କୁ ଅନୁରୋଧ କରାଯାଇଥିଲା ଯେ ଅଧ୍ୟାପକ ନ ବାହାରିଲେ କାର୍ଯ୍ୟକ୍ରମକୁ କାହାରିକୁ ଛାଡ଼ିବୁ ନାହିଁ । ସେ ଜୋର ଜବରଦସ୍ତି ଯିବାକୁ ଚାହୁଁଥିବା ବେଳେ ଓକିଲମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଟକାଇଥିଲେ । ସେ ମଧ୍ୟ ଓକିଲଙ୍କ ଅନୁରୋଧରେ କାର୍ଯ୍ୟକ୍ରମକୁ ଯାଇ ନଥିଲେ । ଏହା ପରେ ଆଜି ଓକିଲ ସଂଘ ତରଫରୁ ଆୟୋଜିତ ବୈଠକରେ ଜିଲ୍ଲା ଜଜଙ୍କ କାର୍ଯ୍ୟକଳାପକୁ ବିରୋଧ କରାଯାଇଥିଲା ।

Leave a Reply

Your email address will not be published. Required fields are marked *