ନୟାଗଡ଼ : ଲଘୁଚାପ ବର୍ଷାରେ ନୟାଗଡ ଜିଲ୍ଲାରେ ବ୍ୟାପକ ଫସଲ ହାନି । ଚାଷୀର ବର୍ଷକର ପରିଶ୍ରମକୁ ଉଜାଡି ଦେଇଛି ଏହି ବର୍ଷା । ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି । ତୁରନ୍ତ କ୍ଷତିପୂରଣ ଦେବାକୁ ଚାଷୀମାନେ ଅଭିଯୋଗ କରିଛନ୍ତି ।ଖବର ଅନୁଯାୟୀ, ଗତ ତିନିଦିନ ହେଲା ଲଘୁଚାପ ବର୍ଷ।ରେ ବିଲରେ ପାଣି ଜମି ରହିଛି । ଯାହାଫଳରେ ଧାନ ଗଜା ହୋଇଥିବା ବେଳେ ପନିପରିବା ମଧ୍ୟ ପଚି ଗଲାଣି ।

ବଜାରରେ ପନିପରିବା ଦର ଅଧିକା ରହିଥିବାରୁ ଚାଷୀ କିଛିଟା ଲାଭ ପାଇବାକୁ ଆଶା ରଖିଥିବା ବେଳେ ବର୍ଷା ଯୋଗୁଁ ପରିବାରେ ପୋକ ଲାଗିଛି । ବର୍ଷା ପାଣି ଲାଗି କୋବି , ଲଙ୍କା , ବାଇଗଣ ଆଦି ପରିବା କଷିରୁ ପଚିଗଲାଣି । ଧାର ଉଦ୍ଧାର କରି ଜମିକୁ ପାଗ କରିବା ସହ ସାର ଦେଇ ତଳି ପକାଇଥିଲା ଚାଷୀ । ହେଲେ ତଳି ଗଜାରୁ ପଚିଗଲା । କିପରି ରୁଣ ଶୁଝିବ ସେହି ଚିନ୍ତାରେ ପଡିଛି ଚାଷୀ । ସରକାରୀ ସାହାଯ୍ୟ କିମ୍ବା ରୁଣ ଛାଡ ପାଇଁ ଚାଷୀ ସରକାରଙ୍କୁ ଅନୁରୋଧ କରିଛି ଚାଷୀକୂଳ ।
