ବଣାଇ : ଵଣାଇ ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ଆଜି ସହୀଦ ବୀର ବିର୍ସା ମୁଣ୍ଡାଙ୍କ ୧୪୬ ତମ ଜୟନ୍ତୀ ବଡ଼ ଧୁମ ଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ କୋଇଡା ବ୍ଲକ୍ ବସଷ୍ଟାଣ୍ଡ ସ୍ଥିତ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ବଣାଇ ବିଧାୟକ ଶ୍ରୀ ଲକ୍ଷ୍ମଣ ମୁଣ୍ଡା, ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀଙ୍କ ସମେତ ସ୍ଥାନୀୟ ନେତୃବର୍ଗ ଦ୍ଵାରା ମାଲ୍ୟାର୍ପଣ କରାଯାଇଥିଲା । ତାଙ୍କରି ବୀରତ୍ୱର ଗାଥା କୁ ଉଜ୍ବୀବିତ କରିବା ନିମନ୍ତେ ଉପସ୍ଥିତ ଜନସାଧାରଣଙ୍କ ସହିତ ଆଦିବାସୀ ସଂସ୍କୃତି ର ଗୀତ, ବାଦ୍ୟ ର ତାଳେତାଳେ ବଡ ଧୁମ ଧାମରେ ବିଧାୟକ ନିଜେ ଖୁସି ରେ ନାଚି ନାଚି ନିଜ ସଂସ୍କୃତି କୁ ବଜାୟ ରଖିଥିଲେ ।
ସେହିପରି ଭାବେ ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ରାଜାମୁଣ୍ଡା ବାଇପାସ୍ ଛକ ନିକଟରେ ଥିବା ହୋ ସମାଜ ଗୃହ ଠାରେ ମୂଖ୍ୟ ଅତିଥି ଭାବେ ବଣାଇ ଭାଜପା ଜିଲ୍ଲା ସଭାପତି ଶ୍ରୀ ଅନୀଲ ବାର୍ଲା ଯୋଗଦେଇ ବୀର ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ । ଏହି ଜନଜାତିର ଗୈାରବ ଦିବସ ରେ ଉପସ୍ଥିତ ଜନସାଧାରଣଙ୍କୁ ମହାନ ସ୍ବାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ର ଦେଶ ପ୍ରତି ଅବଦାନ, ଏବଂ ଦେଶପ୍ରେମ ସମ୍ପର୍କରେ, ଆଗାମୀ ଯୁଵ ପିଢ଼ି ପାଇଁ ପ୍ରେରଣା ଦେବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
