ଢେଙ୍କାନାଳ : ଢେଙ୍କାନାଳରେ ପୁଣି ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ଏକ ବେସରକାରୀ କମ୍ପାନୀ କର୍ମଚାରୀଙ୍କ ନିକଟରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ୧୨ଟା ସମୟରେ ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ାସ୍ଥିତ ନରଭେରମ କମ୍ପାନୀ କର୍ମଚାରୀ ରାଜେନ୍ଦ୍ର ସେଠୀ ବାଇକରେ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଏକ ବ୍ୟାଙ୍କ ଯାଉଥିଲେ । ଏହି ସମୟରେ ଗେଙ୍ଗୁଟିଆ ଛକ ନିକଟରେ ତିନିଜଣ ଲୁଟେରା ଏକ ବୋଲେରୋ ଯୋଗେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ବ୍ୟାଗ ଛଡେଇନେଇଥିଲେ ।
ତେବେ ବ୍ୟାଗରେ ସାଢେ ୫ ଲକ୍ଷ ଟଙ୍କା ରହିଥିବା ନେଇ ସୂଚନା ମିଳିଛି । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ତେବେ ଟଙ୍କା ଲୁଟ ନେଇ ଥାନାରେ କୌଣସି ଅଭିଯୋଗ ହୋଇନି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
