ଭୁବନେଶ୍ବର : ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ମାରଣାସ୍ତ୍ର । ଗାଡିରେ ଥିବା ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ ଘଟିଥିଲା ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ମାରଣାସ୍ତ୍ର । କାର୍ ଭିତରେ ଥିବା ଦୁଇ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଦୁଇ ଜଣ ହେଲେ ଭୁବନେଶ୍ବର ଆଚାର୍ଯ୍ୟ ବିହାର ଅଞ୍ଚଳର ଆଶୀର୍ବାଦ ତ୍ରିପାଠୀ ଏବଂ ରାଉଲକେଲା ଟାଙ୍ଗରପାଲିର ଜ୍ଞାନ ପ୍ରସାଦ ଲେଙ୍କା ଗିରଫ । ଏମାନେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଅଧ୍ୟୟନ କରୁଥିଲେ । ଏମାନଙ୍କ ନିକଟରୁ ୨୦ ହଜାର ଟଙ୍କା ଓ ୩ ମୋବାଇଲ ଜବତ ହୋଇଛି ।
