ବସ୍‌, ଟ୍ରକ, ପିକ୍‌ଅପ୍ ଭ୍ୟାନ୍‌ ଓ ବାଇକ୍‌ ମଧ୍ୟରେ ଦୁର୍ଘଟଣା

ପୁରୁଷୋତ୍ତମପୁର : ସିରିଜ୍‌ ଦୁର୍ଘଟଣା । ବସ୍‌, ଟ୍ରକ, ପିକ୍‌ଅପ୍ ଭ୍ୟାନ୍‌ ଓ ବାଇକ୍‌ ମଧ୍ୟରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁ ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ୩୦ ମିନିଟରେ ଆସ୍କାରୁ ଖଲ୍ଲିକୋଟ ଅଭିମୁଖେ ଯାଉଥିବା ଟ୍ରକ ଓ ବିପରୀତ ଦିଗରୁ ଆସୁଥିବା ମଣିବାବା ବସ୍‌କୁ ଧକ୍କା ଦେଇଥିଲା । ଏହା ସମୟରେ ବସ୍‌ଟି ନିୟନ୍ତ୍ରଣ ହରାଇ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇଥିବା ବେଳେ ଟ୍ରକଟି ଏକ ବାଇକ୍‌କୁ ଧକ୍କା ଦେଇଥିଲା । ତେବେ  ଏକା ସାଙ୍ଗେ ବସ୍‌, ଟ୍ରକ, ପିକଅପ୍‌ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦେଓଗାଁର କୁନା ସାହୁ, ଟ୍ରକ ଡ୍ରାଇଭର ହରି ପ୍ରଧାନ, ବାଇକ୍‌ ନାରାୟଣ ଯାନୀ ଗୁରୁତର ହୋଇଥିଲେ । ସେମାନଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି ।

Leave a Reply

Your email address will not be published. Required fields are marked *