ଗଣଶିକ୍ଷାମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

ଗୋପ : ଗଣଶିକ୍ଷାମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ।  ନିଜ ନିର୍ବାଚନ ମଣ୍ଡଳୀ ଗୋପ ବ୍ଲକରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ଙ୍କୁ କଳା ପତକା ଦେଖାଇ ବିରୋଧ କଲେ ବିଜେପି କର୍ମୀ । ଗୋପ ମେଡିକାଲର ଚକ୍ଷୁ ବିଭାଗର ନୂତନ ଗୃହ ଉଦଘାଟନ କରିବାକୁ ଆସିଥିବା ବେଳେ ବିରୋଧ ପ୍ରଦର୍ଶନ ହୋଇଥିବା ଜଣାପଡିଛି ।

ମମିତା ମେହେର ନ୍ୟାୟ ପାଇଁ ଏଭଳି ପ୍ରତିବାଦ କରାଯାଇଥିବା ବିଜେପି କର୍ମୀ କହିଛନ୍ତି । ପ୍ରତିବାଦ ସମୟରେ ବିଜେପି କର୍ମୀଙ୍କ ପ୍ରତିବାଦକୁ ଭଣ୍ଡୁର କରିବାକୁ ବିଜେଡି କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଉଭୟଙ୍କୁ ବୁଝା ସୁଝା କରିଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *