ଶିଶୁପୁତ୍ରର ମୃତଦେହ ଠାବ, ପାଖରେ ପଡିଛି ରକ୍ତ…

ଯାଜପୁର : ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା କୋରାଇ ଥାନା ଶାଳକଣା ଛକ ନିକଟ ନାଳରୁ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁର ମୃତଦେହ ନିକଟରେ ଓ ଛକର ବିଭିନ୍ନ ସ୍ଥାନରେ ବହୁ ପରିମାଣର ରକ୍ତ ପଡ଼ିଥିବାର ଦେଖିବାକୁ ମିଳିଛି। କେହି ଜନ୍ମ କଲାପରେ ଶିଶୁଟିକୁ ଏଠାରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି।

ଖବର ଅନୁଯାୟୀ,  ଆଜି ସକାଳୁ ରାସ୍ତାରେ ରକ୍ତ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସନ୍ଦେହ ହେବାରୁ ନିକଟରେ ଖୋଜାଖୋଜି କରିଥିଲେ। ଏହି ସମୟରେ ସେଠାରେ ଥିବା ନାଳରେ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ପଡ଼ିଥିବା ଦେଖିଥିଲେ। ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Leave a Reply

Your email address will not be published. Required fields are marked *