ଚାକିରୀ  ନାଁରେ ଠକେଇ, ଟାର୍ଗେଟରେ ଶିକ୍ଷିତ ଯୁବକ

କଳାହାଣ୍ଡି  :  ଚାକିରୀ  ନାଁରେ ଠକେଇ । ଟାର୍ଗେଟରେ ଶିକ୍ଷିତ ଯୁବକ । ଅନେଷ୍ଟଟ୍ୟାଗ୍ ନାମକ ସଂସ୍ଥା ଜଣେ ଯୁବକଙ୍କ ପିଛା ୧୫ ହଜାର ଟଙ୍କା ଲେଖାଏଁ ଆଦାୟ କରି ଟ୍ରେନିଙ୍ଗ ପରେ ଚାକିରି ଆଶା ଦେଖାଇ ଠକେଇ କରୁଥିବା ପର୍ଦ୍ଦାଫାସ ହୋଇଛି।

ଭବାନୀପାଟଣା ସହରର ବିଭିନ୍ନ ହଷ୍ଟେଲରୁ ଠକେଇର ଶିକାର ହୋଇଥିବା  ୭୦ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଏହି ମାମଲାରେ ଟାଉନ ଥାନା ପୋଲିସ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୧୪ ଜଣ ମଧ୍ୟରେ ମାଷ୍ଟର ମାଇଣ୍ଡ ରାଜେଶ କୁମାର ମହାରଣା ରହିଛି । ଗିରଫଙ୍କ ମଧ୍ୟରୁ ରାଜ୍ୟ ବାହାରର ୨ ଜଣ ଓ ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୨ ଜଣ ଅଛନ୍ତି । ଉଦ୍ଧାର ୭୦ ଜଣ ଯୁବକଙ୍କ ମଧ୍ୟରେ କଳାହାଣ୍ଡିରୁ ଜଣେ ମଧ୍ୟ ନାହାନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଗ୍ଲେଜ୍ ଓଡ଼ିଶା ନାଁରେ ଠକ ସଂସ୍ଥାର ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *