ଆସନ୍ତାକାଲିଠାରୁ ୫ ଦିନ ପାଇଁ ବ୍ୟାଙ୍କ୍‌ ବନ୍ଦ !

ଆସନ୍ତାକାଲି ଅର୍ଥାତ ୨୧ ତାରିଖରୁ ୨୬ ତାରିଖ ମଧ୍ୟରେ ୫ ଦିନ ଲାଗି ବ୍ୟାଙ୍କ୍‌ ବନ୍ଦ ରହିବ। ୨୧ରୁ ୨୬ ଡିସେମ୍ବର ମଧ୍ୟରେ କେବଳ ୨୪ ତାରିଖରେ ବ୍ୟାଙ୍କ୍‌ ଖୋଲା ରହିବ। ମାତ୍ର ଲଗାତର ଛୁଟି ରହୁଥିବାରୁ ୨୪ ତାରିଖରେ ବହୁ ବ୍ୟାଙ୍କ କର୍ମଚାରୀ ଛୁଟି ନେଇପାରନ୍ତି, ଏହି କାରଣରୁ କର୍ମଚାରୀଙ୍କ ଉପସ୍ଥାନ ମାନ୍ଦା ରହିପାରିଥାଏ।

୨୧ ଡିସେମ୍ବରରେ ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍‌ ଧର୍ମଘଟ ଡାକରା ଦେଇଛି। ତେଣୁ ୨୧ ତାରିଖରେ ସବୁ ସରକାରୀ ବ୍ୟାଙ୍କ୍‌ ବନ୍ଦ ରହିବ।

ଏହାପରେ ୨୨ ତାରିଖ ହେଉଛି ମାସର ଚତୁର୍ଥ ଶନିବାର। ପ୍ରତି ମାସର ଚତୁର୍ଥ ଶନିବାର ଭଳି ୨୨ରେ ବ୍ୟାଙ୍କ୍‌ ଛୁଟି ରହିବ। ତା’ପର ଦିନ ୨୩ ତାରିଖ ରବିବାର ଯେହେତୁ ବ୍ୟାଙ୍କ ଛୁଟି ରହିବା ସ୍ୱାଭାବିକ।

୨୪ ତାରିଖ ସୋମବାର ଦିନ ବ୍ୟାଙ୍କ୍‌ ଖୋଲା ରହିବ। ମାତ୍ର ତା’ପର ଦିନ ଡିସେମ୍ବର ୨୫ ତାରିଖ ହେଉଛି ଜୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ। ସେଦିନ ବି ବ୍ୟାଙ୍କ୍‌ ବନ୍ଦ ରହିବ।

୨୬ ତାରିଖରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ତେଣୁ ୨୬ରେ ବ୍ୟାଙ୍କ୍‌ ବନ୍ଦ ରହିପାରେ ବୋଲି ସୂଚନା ରହିଛି।

ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡ଼ିକ ପକ୍ଷରୁ ଏଟିଏମରେ ଅଧିକ ଟଙ୍କା ରଖାଯିବାର ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *