ବିକ୍ଷୋଭ ଭୟରେ, ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ଟିମ୍‌କୁ ରାତି ଅଧିଆ ଘରୁ ଉଠାଇ ନେଇଛି ପୋଲିସ୍‌

ପଦମପୁର : ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତ ସମୟରେ ବିକ୍ଷୋଭ ପ୍ରଦର୍ଶନ କରିବା ଭୟରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ଟିମ୍‌ ଅଟକ । ରାତିରେ ଶୋଇଥିବା ସମୟରେ ରାତି ଅଧିଆ ଘରୁ ଉଠାଇ ନେଇଛି ପୋଲିସ୍‌ । କୃଷକ ମୋର୍ଚ୍ଚା  ମୁଖ୍ୟତଃ ତିନୋଟି ପ୍ରସଙ୍ଗକୁ ନେଇ ଦାବି କରିଥିଲା । ଯାହାକୁ ନେଇ ପୋଲିସ୍‌ ଭୟରେ ସେମାନଙ୍କୁ ଉଠାଇ ନେଇଛି ।

ମମିତା ମେହେରଙ୍କୁ ଯେଉଁ ଭାବେ ନିର୍ମମ ଭାବେ ହତ୍ୟା କରାଗଲା ଓ ସେଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମଧ୍ୟ ସଂପୃକ୍ତି ରହିଛି । ତାଙ୍କୁ ବହିସ୍କାର ଦାବି ଓ ବରଗଡ଼ ହଜାତ ମୃତ୍ୟୁ ଘଟଣାରେ ପୋଲିସ ଗୋବିନ୍ଦ କୁମ୍ଭାରଙ୍କୁ ନ୍ୟାୟ ଦେବା ପାଇଁ ଏବଂ ପଦମପୁର ଉପଖଣ୍ଡରେ ମରୁଡିର କରାଳ ରୂପ ଦେଖା ଦେଇଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କାହିଁକି ସରକାର ମରୁଡି ଘୋଷଣା କରି ନାହାନ୍ତି ଏସବୁ କୁ ନେଇ  କୃଷକ ମୋର୍ଚ୍ଚା ଦାବି କରୁଥିଲା ।  ସଭାପତି ଶ୍ରୀକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ମଦନ ମୋହନ ପଟେଲ , ସଂଯୋଜକ ଯୋଗିନ୍ଦ୍ର ଭୋଇ, କୃଷକ ମୋର୍ଚ୍ଚା ଆଇଟି ସେଲ୍ ନିଲାଞ୍ଚଁଲ ଦରୁଆନ୍‌ଙ୍କୁ ଅଟକ ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *