ଫେସବୁକ ଆଜିର ଦିନରେ ଘରେ ଘରେ ପରିଚିତ । ଯୁବପିଢି ସମସ୍ତେ ସୋସିଆଲ ମିଡ଼ିଆର ମାୟାଜାଲରେ । କେହି କେହି ଏହାକୁ ଭଲ ବାଟରେ ବ୍ୟବହାର କରୁଛନ୍ତି ତ ତ କେହି ଏହାକୁ ଖରାପ ବାଟରେ ବ୍ୟବହାର କରୁଛନ୍ତି। ଫେସବୁକ୍ ର ବ୍ୟବହାର ବହୁ ମାତ୍ରାରେ ବଢିବାକୁ ଲାଗିଛି।ପୋଲିସ୍ ଠାରୁ ଚୋର,ଡାକ୍ତର ଠାରୁ ମେହେନ୍ତର ସମସ୍ତେ କିଛି ନା କିଛି ସମୟ ଦେଉଛନ୍ତି ଫେସବୁକରେ। ଫେସବୁକ୍ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ସଚେତନତା ପ୍ରଦାନ କରୁଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା କମ୍ ରହୁଛି।କିଛି ଲୋକଙ୍କ ସଚେତନେତା ପୋଷ୍ଟରେ କାହାର ଜୀବନ ରକ୍ଷା ହୋଇପାରୁଛି।ଏହି ହିତାକାଙ୍କି ସମାଜସେବୀ ମାନଙ୍କୁ ଓଡିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦିଶା ପକ୍ଷରୁ ସମ୍ମାନୀତ କରିବା ପାଇଁ ସ୍ଥିର କରିଛି। ଅନୁଷ୍ଠାନ ପକ୍ଷରୁ ୨୧ ତାରିଖ ଦିନ ବିଭିନ୍ନ ପ୍ରକାର ସମାଜସେବା ପୋଷ୍ଟ ଉପରେ ଶ୍ରେଷ୍ଠ ୨୬ ଜଣ ବ୍ୟକ୍ତିବିଶେଷଙ୍କୁ ଫେସବୁକ୍ ଆଇକନ୍ ଆଓ୍ବାର୍ଡରେ ସମ୍ମାନୀତ କରାଯିବ।ଏହି କାର୍ଯ୍ୟକ୍ରମ ଉତ୍କଳ ସାମ୍ବାଦିକ ସଂଘ ସଭା ଗୃହରେ ଦିବା ୧୦:୩୫ ସମୟରେ ଅନୁଷ୍ଠିତ ହେବ ବୋଲି ଦିଶାର ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ଓଝା ସୂଚନା ଦେଇଛନ୍ତି।
