ରାଜଧାନୀ ଦିଲ୍ଲୀରେ ପହଞ୍ଚିଲା ମମିତା ମେହେର ହତ୍ୟାକାଣ୍ଡ ମାମଲା

ନୂଆଦିଲ୍ଲୀ  :  ରାଜଧାନୀ ଦିଲ୍ଲୀରେ ପହଞ୍ଚିଲା ମମିତା ମେହେର ହତ୍ୟାକାଣ୍ଡ ମାମଲା । ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦୀର୍ଘ ମାସେ ହେଲା ବିରୋଧୀ ରାଜ ରାସ୍ତାକୁ ଓହ୍ଲାଇଥିବା ବେଳେ ରାଜ୍ୟ ରାଜନୀତି ଏବେ ମମିତା ନିଆଁରେ ଉଷ୍ମ ରହିଛି । ବର୍ତ୍ତମାନ ଦିଲ୍ଲୀରେ ଦେଖିବାକୁ ମିଳିଛି ମମିତା ନିଆଁ । ମମିତାଙ୍କୁ ନ୍ୟାୟ ଦେବା ପାଇଁ ଆଜି ଯନ୍ତରମନ୍ତରରେ ବିକ୍ଷୋଭ କରିବ କଂଗ୍ରେସ । ରାଜ୍ୟରେ ମଧ୍ୟ କଂଗ୍ରେସ ଏହି ମାମଲାକୁ ନେଇ ବାରମ୍ବାର ଅଭିଯୋଗ କରିଆସୁଛି ।ହେଲେ ଏହି ମାମଲାରେ ଚୁପ୍ ରହିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ଏବେ ମମିତା ନିଆଁ ବ୍ୟାପିବାରେ ଲାଗିଛି ।

ସେପେଟେ ମମିତା ହତ୍ୟାକାଣ୍ଡ ଘଟଣାରେ ଆଜି ବିଜେପି ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ କରାଯିବ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ବିଜେପି କ୍ରମାଗତ ଭାବେ ଏହା ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ବିଜେପି ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ କରାଯିବ ବୋଲି ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ‘ମମିତାଙ୍କୁ ନ୍ୟାୟ’ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀ ହେବାକୁ ଥିବାବେଳେ ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗଦେବେ ।

Leave a Reply

Your email address will not be published. Required fields are marked *