ସୋର : ମମିତା ମେହେର ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଏବଂ ଗିରଫ ଦାବିରେ ଆଜି ସୋର ଭାରତୀୟ ଜନତା ପାର୍ଟି ତରଫରୁ ସୋର ବ୍ଲକ ଘେରାଓ ହୋଇଥିଲା Iଏଥିସହ ଦିବ୍ୟଶଙ୍କର ମିଶ୍ର,ପ୍ରତାପ ଜେନା ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହ କରାଯାଇଥିଲା । ଏଥିରେ ମାଧବ ଧଡା ନିଜ ବକ୍ତବ୍ୟ ରଖି କହିଥିଲେ – ବିଜେଡି ସରକାର ୨୫ ବର୍ଷ ଶାସନରେ ରହି ଅତ୍ୟାଚାରର ସୀମା ଲଙ୍ଘି ସାରିଲାଣି ଆଉ ତାର ଏହି ଅତ୍ୟାଚାରୀ ମନଭାବକୁ ସହିହେବ ନାହିଁ । ଖାଲି ମମିତା ନୁହେଁ ,ଆଉ କେହି ମମିତାଙ୍କୁ ଏଭଲି ନିର୍ଜାତିତ ହେବାକୁ ଛାଡି ଦିିଆଯାଇପାରିବ ନାହିଁ । ମମିତାକୁ ନ୍ୟାୟ ପାଇଁ ବିଜେପି ଲଢେଇର ଡାକରା ଦେଇଛି ‘ଲଢିବ ଅଲବତ ଲଢିବ’ । ଅନ୍ୟମାନଙ୍କ ମଧ୍ୟରେ ଗଣେଷ ଦାସ ,ସିଧାର୍ଥ ବେହେରା ,ସଂଜିବ ରାଉଳ,ରାକେଶ ମଲ୍ଲିକ,ଈଶ୍ୱର ବେହେରା,ନଳିନୀକାନ୍ତ ମହାପାତ୍ରଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
