ଇକୋକ୍ଲବ ଆନୁକୁଲ୍ୟରେ ପରିବେଶ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ

ବଣାଇ ରିପୋର୍ଟ (ଲୋକନାଥ ସାମଲ)
ଵଣାଇ ଉପଖଣ୍ଡ ଅନ୍ତର୍ଗତ ଶିହିଡିହା ଯଦୁପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଇକୋକ୍ଲବ ଆନୁକୁଲ୍ୟରେ ଏକ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ବଣାଇ ବନଖଣ୍ଡ ର ସହକାରୀ ଵନସଂରକ୍ଷକ ଯଶୋବନ୍ତ କରାଳି ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି କଂ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ସଚେତନତା ର ବାର୍ତ୍ତା ଦେବା ସହ ପରିବେଶ କୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେ ସମ୍ପର୍କରେ ସମସ୍ତ କୁଂ ପ୍ରଜ୍ଞାଵାନ ହେବାପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଗୈାରାଙ୍ଗ ଚରଣ ସିଂ, ଉଦଘାଟନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠିତ ବୃକ୍ଷ ରୋପଣ କା ର୍ଯ୍ୟ କ୍ରମ ରେ ସମସ୍ତ ଅତିଥି ଓ ଅନୁଷ୍ଠାନ ର କର୍ମଚାରୀ ମାନଙ୍କ ଦ୍ଵାରା ଗୋଟିଏ ଲେଖାଏଁ ଚାରା ରୋପଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଇକୋକ୍ଲବ୍ ଆନୁକୁଲ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି କଂ ଦ୍ଵାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟ କ୍ରମ କୁ ଇକୋକ୍ଲବ ଅଧ୍ୟାପକ ପ୍ରଶାନ୍ତ କିଶୋର ଚ ଇନୀ କଂ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳନା କରାଯାଇଥିବା ବେଳେ, ମହୁଲଡିହା ବନପାଳ ଡେରୁଳାନନ୍ଦ ଗଡ଼ନାୟକ, ସାଥି ଅଧ୍ୟାପକ ସୁଜିତ କୁମାର ମେଲି, ଧନେଶ୍ଵର ପ୍ରଧାନ,ଟକଂଧର ସାହୁ,ଦିପ୍ତି ମାହାନ୍ତ, ଲତିକା ସାହୁ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ । ପରିଶେଷରେ ଉଚ୍ଚ ବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଅଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *