ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସିନ୍ଦା କରିବାର ଚେତାବନୀ ଦେଲା ବିଜେପି

ଭୁବନେଶ୍ବର ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସିନ୍ଦା କରିବାକୁ ଓଡିଶାବାସୀଙ୍କୁ ଅପିଲ କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏଭଳି ଅପିଲ କରିଛନ୍ତି । ଆସନ୍ତା ୮ ତାରିଖ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିଜେପି ଜୋରଦାର ବିରୋଧ କରିବା ନେଇ ଚେତାବନୀ ଦେଇଛି ।

ମମିତା ମେହେରଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଛି । ଏହି ଘଟଣା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ପୃଷ୍ଠପୋଷକତାରେ ଘଟିଛି । ତେଣୁ ଦିବ୍ୟ ଶଙ୍କରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ସହ ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ନଯାଏଁ ବିଜେପି ଆନ୍ଦୋଳନ ଜାରି ରଖିବ । ୮ ତାରିଖ କଳାହାଣ୍ଡି ଗସ୍ତରୁ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦର ଅଭିଯାନ ଆରମ୍ଭ କରିବ ବିଜେପି ।

ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନକୁ ଯିବେ, ସେଠାରେ ତାଙ୍କୁ ବିରୋଧ କରାଯିବ ।  ମୁଖ୍ୟମନ୍ତ୍ରୀଙ୍କୁ କୌଣସି ସ୍ଥାନରେ ପାଦ ପକାଇବାକୁ ଦିଆଯିବନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗାଡିର ଚକ ଗଡିବାକୁ ଦିଆଯିବ ନାହିଁ । ଏହାସହ ୮ ତାରିଖ ଦିନ ୩୧୪ ବ୍ଲକରେ ମୁଖ୍ୟମନ୍ତ୍ରୀ ଓ ଦିବ୍ୟ ଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହ କରିବ ବିଜେପି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହ ଦେଓଙ୍କ ନେତୃତ୍ବରେ କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବିଜେପି ।

Leave a Reply

Your email address will not be published. Required fields are marked *