କନ୍ଧମାଳ:-ଘନକୁହୁଡ଼ି ସାଂଗକୁ କନ୍ଧମାଳ ରେ ହାଲୁକା ଶୀତ
ପ୍ରାକ୍ରୁତିକ ପରିବେଶ ରେ ଯେମିତି ବେଶ୍ ସୁନ୍ଦର ଲାଗେ କନ୍ଧମାଳ, ସେମିତି ଶୀତ ଆସିଲେ ପର୍ଯ୍ୟଟକଙ୍କ ସୁଅ ଛୁଟେ ଶୀତର ମଜା ନେବାପାଇଁ ,ଏ ଜିଲ୍ଲା କୁ ।ତେବେ ଚଳିତବର୍ଷ ଶୀତ ଆସିବାରେ ବିଳମ୍ବ ଘଟିଥିବା ଅନୁମାନ କରାଯାଇଛି । ଆଜି ଜିଲ୍ଲା ର ଦୁଇ ପ୍ରମୁଖ ସହର ଦାରିଙ୍ଗବାଡି ର ତାପମାତ୍ରା ୧୩ଂ ସେଲସିୟସ ଥିବାବେଳେ ଫୁଲବାଣୀ ର ସର୍ବନିମ୍ନ ତାପମାତ୍ରା୧୪.୫ଂ ସେଲସିୟସ ରେକର୍ଡ କରାଯାଇଛି, ତେବେ ସକାଳୁ ସକାଳୁ ଘନ କୁହୁଡି ସାଙ୍ଗ କୁ ହାଲୁକା ଶୀତ ହେଉଥିବା ଯୋଗୁଁ , ଏହାର ଭରପୁର ମଜା ନେଉଛନ୍ତି ସ୍ଥାନିୟ ବାସିନ୍ଦା ଏବଂ ବାହାରୁ ଆସୁଥିବା ପର୍ଯଟକ ।
