ବଲେଶ୍ବର, , : ବଲେଶ୍ବର ସହର ଆଜିମାବାଦରେ ଲୁଗା ଦୋକାନରେ ଦୋକାନ ମାଲିକଙ୍କୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ତିନି ଜଣ ଦୁର୍ବୃତ୍ତ ଦୋକାନ ଭିତରେ ପଶି ଖଣ୍ଡାରେ ଆକ୍ରମଣ କରିଛନ୍ତି । ଫଳରେ ଆକ୍ରମଣରେ ଦୋକାନ ମାଲିକ ବିଶ୍ବଜିତ ସେଠୀ ଗୁରୁତର ହୋଇଛନ୍ତି । ଗୁରୁତର ଦୋକାନ ମାଲିକଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
