ଜଳିଗଲେ ଗୃହପାଳିତ ପଶୁ

ଜଳେଶ୍ୱର : ନୟାବାଲି ଗ୍ରାମରେ ବିଳମ୍ବିତ ରାତିରେ ଜଗନ୍ନାଥ ପଟ୍ଟାୟତଙ୍କ ଗୁହାଳ ଘରେ ନିଆଁ ଲାଗି ଗୁହାଳ ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଦୁଇ ଗୋରୁ ସହିତ ଅନେକ ଗୁଡିଏ କୁକୁଡ଼ା ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବିଷ୍ଣୁପୁର ଗ୍ରାମରେ । ସେହି ଗ୍ରାମର ଜଗନ୍ନାଥ ପଟ୍ଟାୟତ ଓ ତାଙ୍କ ସ୍ତ୍ରୀ ବାସନ୍ତୀ ପଟାୟାତ ଗତକାଲି ରାତି ୧୧ଟା ସମୟରେ ଖାଇପିଇ ଘରେ ଶୋଇଥିଲେ ।

ବିଳମ୍ବିତ ରାତିରେ ତାଙ୍କ ଗୁହାଳ ଘରେ ହଠାତ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ସେହି ନିଆଁରେ ତାଙ୍କର ୨ ଟି ଗାଈ ଓ ଅନେକ ଗୁଡିଏ କୁକୁଡ଼ା ପୋଡି ମରି ଥିବାର ଦେଖିବାକୁ ମିଳିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିଲା ବେଳେ ଜଗନ୍ନାଥ ଏକ ଗରିବ ପରିବାରର ହୋଇଥିବାରୁ କ୍ଷୀର ବିକି ତାଙ୍କର ଛୁଆକୁ ପାଠ ପଢ଼ାନ୍ତି । ତାଙ୍କୁ ସରକାରୀ ସାହାଯ୍ୟ ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *