ଅଟୋ କୁ ପିଟିଲା ଟ୍ରକ ଜଣେ ମୃତ ଜଣେ ଗୁରୁତର।

ବଣାଇ: ରିପୋର୍ଟ( ଲୋକନାଥ ସାମଲ)
ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦ କ ରାସ୍ତାର ସିହିଡିଆ ଗ୍ରାମ ଠାରେ ଆଜି ଏକ ଟ୍ରକ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ। ଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଏକ ୧୬ ଚକିଆ ଟ୍ରକ( ଓଡି ୧୪ ଟି ୬୮୮୮) ବାରକୋଟ ପଟେ ଯାଉଥିବା ବେଳେ(ଓଆର ୧୪ ଏମ ୬୭୧୨) ଅଟୋ ଟି ଶିଆଲିକୁଦର ଗ୍ରାମରୁ ସିହିଡିଆ ଗ୍ରାମକୁ ଆସୁଥିବା ବେଳେ ସିହିଡିଆ ରାସ୍ତାରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋ ଚାଳକ ଅନିଲ ନାଏକ (୨୪)ଟ୍ରକ ଚକା ତଳେ ପଡିଯାଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ,ବିରେନ୍ଦ୍ର ନାଏକ କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିବା ଜଣାପଡିଛି । ଖବର ପାଇ ମହୁଲପଦା ଥାନା ଅଧିକାରୀ ତ୍ରିନାଥ ସେଠୀ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟି କୁ ଜବତ କରିବା ସହିତ ଘଟଣା ର ତଦନ୍ତ ଚଲାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *