ବଣାଇ: ରିପୋର୍ଟ (ଲୋକନାଥ ସାମଲ)
ବଣାଇ ଉପଖଣ୍ଡ କେ ବଲାଙ୍ଗ , ଥାନା ଅନ୍ତର୍ଗତ ଜାମୁଡିହି ଠାରେ ଥିବା ଗ୍ରାହକ ସେବାକେନ୍ଦ୍ର ରୁ ଗତକାଲି ସନ୍ଧ୍ୟାରେ ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ଘଟଣା ରୁ ପ୍ରକାଶ ଯେ ଗତ କାଲି ସନ୍ଧ୍ୟା ରେ ହଠାତ୍ ୬ଜଣ ଦୁର୍ବୃତ ଜନସେବା କେନ୍ଦ୍ର ରେ ପହଞ୍ଚି ମାଲିକ କଂ ମୁଣ୍ଡରେ ବନ୍ଧୁକ ଲଗାଇ ,କେସ କାଉଣ୍ଟର ରେ ଥିବା ୧.୬୦ହଜାର। ଟଂକା ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି
ବଣାଇ ଉପଖଣ୍ଡ ରେ ଥିବା ଗ୍ରାହକ ସେବାକେନ୍ଦ୍ର ଗୁଡ଼ିକ ଉପରେ ବର୍ତ୍ତମାନ ଲୁଟେରା ଗ୍ୟାଙ୍ଗ ଟାର୍ଗେଟ କରୁଥିବାବେଳେ, ଗତ ସପ୍ତାହରେ ଅନୁରୂପ ଭାବେ, ଲହୁଣୀପଡ଼ା ଥାନା ଅନ୍ତର୍ଗତ ଲୁଥୁର୍ବା ଠାରେ ଥିବା ଗୋପୀନାଥ କିସାନ କଂ ସେବାକେନ୍ଦ୍ର ରୁ ମଧ୍ୟ ସମାନ ଢଙ୍ଗରେ ଲୁଟ୍ ହୋଇଥିଲା, ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଥିବାବେଳେ ଦୁର୍ବୃତ ମାନେ ଧରାପଡିନଥିବା ଜଣାପଡିଛି
