ପୋଲିସ୍‌ ଗୁଳିରେ ଅପରାଧୀ ବିଜୁ ବେହେରା ଆହତ

ପୁରୀ, : ପୁରୀ ନରେନ୍ଦ୍ରକୋଣରେ ମହିଳାଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତ ବିଜୁ ବେହେରାକୁ ପୋଲିସ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ଚନ୍ଦନପୁର ଥାନା ଗଙ୍ଗା ନାରାୟଣପୁରରେ ଏନକାଉଣ୍ଟର କରିଛି ପୋଲିସ୍‌। ଏନକାଉଣ୍ଟରରେ ବିଜୁ ଆହତ ହୋଇଛି । ବିଜୁର ବାମପଟ ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଜୁକୁ ଧରିବା ପାଇଁ ପୋଲିସ ପକ୍ଷରୁ ଗଠନ ହୋଇଥିଲା ଚାରୋଟି ଟିମ୍। ବିଜୁର ଆକ୍ରମଣରେ କୁମ୍ଭାରପଡା ଥାନାର ସବ୍‌ଇନ୍ସପେକ୍ଟର ଦିବ୍ୟ ରଞ୍ଜନ ପଣ୍ଡା ଆହତ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *