ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ରାଉରକେଲା : ରାଉରକେଲାରେ ପୁଣି ଲଜ୍ଜା । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଗିରଫ କଲା ଉଦିତ ନଗର ଥାନା ପୋଲିସ ।

ସେପଟେ ରାଉରକେଲା ପ୍ଲାଣ୍ଟ୍ ସାଇଟ୍ ଥାନା ଅଞ୍ଚଳରେ ସୈତାନ ବାପା ନିଜ ଜନ୍ମକଲା ଝିଅକୁ ବି ଛାଡିଲାନାହିଁ । ନାବାଳିକା ଝିଅ ଉପରେ ପକାଇଲା ପାପ ନଜର । ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ଏ ନେଇ ରାଉରକେଲା ପ୍ଲାଣ୍ଟ୍ ସାଇଟ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଦୁଷ୍କର୍ମକାରୀ ବାପାକୁ ଅଟକ ରଖିଛି ପୋଲିସ । ଏଭଳ ନିନ୍ଦନୀୟ ଘଟଣାକୁ ଗୁରୁତ୍ବର ସହ ନେଇଛି ପ୍ଲାଣ୍ଟ୍ ସାଇଟ୍ ଥାନା । ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହ ଉଭୟଙ୍କର ଡାକ୍ତରୀ ମାଇନା କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *