ଚାଲିଗଲା ଡାକ୍ତରଙ୍କ ଜୀବନ, ମୃତ୍ୟୁ ବେଳର ଭିଡିଓ ଭାଇରାଲ୍

ଭୁବନେଶ୍ଵର : ପାର୍ଟି ଚାଲିଥିଲା। ସମସ୍ତେ ନାଚ ଗୀତରେ ଥିଲେ ମସଗୁଲ। ହେଲେ କେଇ କ୍ଷଣରେ ଚାଲିଥିବା ରଙ୍ଗୀନ ଆସର ଦୁଃଖର ମାହୋଲରେ ପରିଣତ ହୋଇଗଲା। ନାଚୁ ନାଚୁ ଜଣେ ଡାକ୍ତରଙ୍କ ପ୍ରାଣ ବାୟୁ ଉଡିଗଲା। ପାର୍ଟିରେ ଥିବା ଅନ୍ୟ ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ଚେଷ୍ଟା କରିଥିଲେ, ହେଲେ ସଫଳ  ହୋଇ ପାରିନଥିଲେ। ଡାକ୍ତରଙ୍କ ମୃତ୍ୟୁର  ଭିଡିଓ ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳର ଏକ ହୋଟେଲ୍ ଜହାଁନୁମାର ହୋଇଥିବା କୁହାଯାଉଛି। ଡାକ୍ତର ପାର୍ଟିରେ ଯୋଗ ଦେବାକୁ ଆସିଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ପାର୍ଟି ଚାଲିଛି। ସମସ୍ତେ ଗୀତର ତାଳେ ତାଳେ ନାଚୁଛନ୍ତି। ହେଲେ ଅଚାନକ ଜଣେ ବ୍ୟକ୍ତି  ଅଟକି ଯାଉଛନ୍ତି ଏବଂ ତଳେ ଖସିପଡୁଛନ୍ତି। ତାଙ୍କ ପାଖରେ ଥିବା ଡାକ୍ତର ତୁରନ୍ତ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଛନ୍ତି। ହେଲେ ଡାକ୍ତରଙ୍କୁ ସେମାନେ ବଞ୍ଚାଇ ପାରି ନାହାନ୍ତି। ୨ ମିନିଟ୍ ୫୦ ସେକେଣ୍ଡର ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଫୋରେନ୍ସିକ ମେଡିସିନ ବିଶେଷଜ୍ଞ ଥିଲେ ଡାକ୍ତର

ଡାକ୍ତରଙ୍କ ନାମ ସିଏସ ଜୈନ। ସୂଚନା ଅନୁଯାୟୀ, ସେ ଡାକ୍ତରଙ୍କ ପାର୍ଟିରେ ଯୋଗ ଦେଇଥିଲେ। ହେଲେ ନାଚ ଗୀତ ସମୟରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତର ଜୈନ ଭୋପାଳର ପ୍ରସିଦ୍ଧ ଫୋରେନ୍ସିକ ମେଡିସିନ ବିଶେଷଜ୍ଞ ଥିଲେ।

 

Leave a Reply

Your email address will not be published. Required fields are marked *