ଅପରାଜିତା ଷଡ଼ଙ୍ଗୀ ଏବେ ପୂରା ଫର୍ମରେ ଅଛନ୍ତି

ସିଭିଲ୍ ସର୍ଭିସ୍ ଚାକିରି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀ ଏବେ ପୂରା ଫର୍ମରେ ଅଛନ୍ତି। ବିଶୃଙ୍ଖଳିତ କର୍ମୀଙ୍କୁ ଅନୁଶାସନର ପାଠ ପଢ଼ାଇବା ସହ  ଲିପ୍ତ ଥିବା କର୍ମୀମାନଙ୍କୁ ବିଜେପି ଛାଡ଼ି ଚାଲିଯିବା ପାଇଁ ସେ ଚେତାବନୀ ଦେଇଛନ୍ତି। ଦଳରେ ସାମିଲ ହେବାର ମାସେ ନପୁରୁଣୁ ଅପରାଜିତାଙ୍କ ଏଭଳି ଅବତାରକୁ ଦଳୀୟ ମହଲରେ ପ୍ରଶଂସା କରାଯାଇଥିବା ବେଳେ, ତାଙ୍କର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ୩ ନମ୍ବର ଜୋନ୍‌ ଅନ୍ତର୍ଗତ ହାଡ଼ପଡ଼ାସ୍ଥିତ ମା’ ଦକ୍ଷିଣଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ବିଜେପି କର୍ମୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅପରାଜିତାଙ୍କ ସମେତ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର କର୍ମୀ ଓ ନେତାମାନେ ଏକଜୁଟ ହୋଇଥିଲେ। ମାତ୍ର ସେଠାରେ ଦଳୀୟ ସଂଗଠନ ପ୍ରସଙ୍ଗରେ ପୂର୍ବତନ ବିଧାୟକ ଜିତୁ ମିତ୍ର ଓ କାଳୁଚରଣ ଖଣ୍ଡେଇତରାୟଙ୍କ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ହୋଇଥିଲା। ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାପରେ ଅପରାଜିତା ସେଠାରୁ ଉଠି ପଳାଇ ଆସିଥିଲେ।

Leave a Reply

Your email address will not be published. Required fields are marked *