ବର୍ଷ ବର୍ଷ ଧରି ସରିଵାର ନାଁ ନେଉନି ଡ୍ରେନ କାମ: ବିଭାଗ ନିଦାବିଷ୍ଣୁ

ବଣାଇଗଡ: ରିପୋର୍ଟ (ଲୋକନାଥ ସାମଲ)
ଵଣାଇ ସଦର ମହକୁମାର ମୁଖ୍ୟ ରାସ୍ତା ରୁ ଉପଖଣ୍ଡ ଚିକିତ୍ସାଳୟକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତାଟି ବର୍ତ୍ତମାନ ପାଲଟିଛି ମରଣଯନ୍ତା।
ଅସରାଏ ବର୍ଷା ରେ ଡାକ୍ତରଖାନା ର ମୁଖ୍ୟ ଫାଟକ ସାମନା ରାସ୍ତା ରେ ପାଣି ଜମି ପୋଖରୀର ଭ୍ରମ ସୃଷ୍ଟି କରୁଛି, ଡାକ୍ତରଖାନା କୁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି,ରୋଗୀ ଓ ତାଙ୍କର ସମ୍ପର୍କୀୟ ଚାଲି, ଚାଲି ଯିବା ତ ଦୂରର କଥା ବାଇକ୍ କିମ୍ବା ଚାରିଚକିଆ ଯାନ ରେ ଯିଵା ମଧ୍ୟ ଅସମ୍ଭବ ହୋଇପଡିଛି । ବର୍ଷ ବର୍ଷ ଧରି ଏ ରାସ୍ତା ର ଅବସ୍ଥା ଶୋଚନୀୟ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ସବୁ ଦେଖି ଚୁପ୍ ।
ଅନେକ ଥର ଵଣାଇ ର ଜନସାଧାରଣ ଏ ଵାଵଦରେ ପ୍ରତିବାଦ କରିଥିଲେ ମଧ୍ୟ ଏହାର କୈାଣସି ସମାଧାନ ହୋଇପାରୁନାହିଁ। ଦୀର୍ଘ ୨ ବର୍ଷ ଧରି ରାସ୍ତା ର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ତାହାବି ସଂପୂର୍ଣ୍ଣ ହେବାର ନାଁ ଧରୁନାହିଁ, ବଣାଇ ଉପଖଣ୍ଡ ରେ ଏହା ଏକ ମାତ୍ର ସରକାରୀ ଡ଼ାକ୍ତରଖାନା ହୋଇଥିବା ବେଳେ ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ରୋଗୀ ଚିକିତ୍ସା ନିମନ୍ତେ ଆସି ଥାଆନ୍ତି । ତେଣୁ ରୋଗୀ ଏବଂ ଵଣାଇ ଜନସାଧାରଣଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ବୁଦ୍ଧି ଜିବି ମହଲରେ ଦାବି କରାଯାଉଛି

Leave a Reply

Your email address will not be published. Required fields are marked *