ପାତ୍ରପୁର : ପାତ୍ରପୁର ବ୍ଳକ ତୁମ୍ବା ସରଧାପୁର ନିକଟରେ ଆଜି ଜଣେ ଶିକ୍ଷକ ସ୍କୁଟିରେ ଯାଉଥିବା ବେଳେ ନିଆଁ ଲାଗିଯାଇଲା, ତେବେ ଅଳ୍ପକେ ସେ ବର୍ତିଯାଇଥିବା ଜଣାଯାଇଛି । ତୁମ୍ବା ପଂଚାୟତ ରାମଚନ୍ଦ୍ରପୁର ଗ୍ରାମର ହାଡ଼ି ଶବର ନାମକ ଜଣେ ଶିକ୍ଷକ କୌଣସି କାମ ପାଇଁ ଶରଧାପୁର ଆସି ଥିଲେ । ସେହିଠାରେ କାମ ଶେଷ କରି ନିଜ ସ୍କୁଟି ଯୋଗ କଇଁଫୁଲିଆ ଅଭିମୁଖେ ବାହାରି ଥିଲେ। ତେବେ ଶରଧାପୁର ଗ୍ରାମ ଠାରୁ ଅନତି ଦୂର ଭୂମି ଢେପ ନିକଟ ଜଙ୍ଗଲ ରାସ୍ତାରେ ଯାଉଥିବା ସମୟରେ ଗାଡିରୁ ଧୂଆଁ ବାହାରୁ ଥିବା ପଛରେ ଯାଉଥିବା ଜଣେ ବାଇକ ଆରୋହି ସୂଚନା ଦେଇଥିଲେ। ସେ ଏହା ଜାଣି ତୁରନ୍ତ ବାଇକରୁ ଓହ୍ଲାଇ ରାସ୍ତା ପାର୍ଶ୍ୱରେ ରଖିବା କ୍ଷଣି ଗାଡିଟି ଜଳିଯାଇଥିଲା । ସେ ବୁରାତାଲ ପଞ୍ଚାୟତ ଉପର ବୁରାତାଲ ସ୍କୁଲରେ ଶିକ୍ଷକ ଭବେ କାର୍ଯ୍ୟ କରୁଛନ୍ତି ।
