ପାତ୍ରପୁର : ପାତ୍ରପୁର ଗ୍ରାମର ଜଣେ ଯୁବକ ଗୁରୁବାର ନଡ଼ିଆ ଗଛରୁ ଖସି ମୃତବରଣ କରିଥିବା ଜଣା ପଡିଛି। ତାଙ୍କର ନାମ ଟିକିନା ମହାନ୍ତି (୩୦)। ଟିକିନାକୁ ଜଣେ ବ୍ୟକ୍ତି ନଡ଼ିଆ ତୋଳିବା ପାଇଁ ନିକଟ ଏକ ଗ୍ରାମକୁ ଡାକି ନେଇ ଥିଲେ। ସେ ନଡ଼ିଆ ଗଛରେ ଚଢି ନଡ଼ିଆ ତୋଳିବା ବେଳେ ତଳକୁ ଖସି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସାପାଇଁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ନେଇ ତାଙ୍କ ମାଆ ଜରଡ। ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇବା ସହିତ ଏକ ଅପମୃତୁ ମାମଲା ରୁଜୁ କରିଛି।
