ମାଟି ତଳୁ ମିଳିଲା ମୃତଦେହ

ଭଞ୍ଜନଗର : ମାଟିତଳୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ମାଧବ ନାୟକ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ମଲିଙ୍ଗି ରାସ୍ତାକଡ଼ରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ୪ ଦିନ ତଳୁ ମାଧବ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଆଜି ଜଗନ୍ନାଥ ପ୍ରସାଦ ଥାନା ମଲିଙ୍ଗି ରାସ୍ତାକଡ଼ର ଏକ ନିଛାଟିଆ ଜାଗାରୁ ମୃତଦେହ ଉଦ୍ଧାର ହୋଇଛି । ମୃତଦେହକୁ ମାଟି ତଳେ ପୋତାଯାଇଥିଲା । ମୃତକ ସୁଗୁମୁ ଗାଁର ବୋଲି ଜଣାଡିଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ମୃତଦେହକୁ ଉଦ୍ଧାର କରିଛି । ଏହାପରେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ସେପେଟ ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନିଆଯାଇଛି ।

Leave a Reply

Your email address will not be published. Required fields are marked *