ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ଛକ ଠାରୁ ଉମୁରି ରାସ୍ତା ଉନତି କରଣ ପାଇଁ ସରକାର ଗ୍ରାମ୍ୟ ଉନୟନ ବିଭାଗ ଗ୍ରାମ୍ୟ ନିର୍ମାଣ ବିଭାଜନ ନବରଙ୍ଗପୁର ତରଫରୁ 60 ଲକ୍ଷ୍ୟ ଟଙ୍କା ପ୍ରଦାନ କରିଥିଲେ । ୯ କିମି 870 ମିଟର ବିଶିଷ୍ଟ ଏହି ରାସ୍ତା ଉର୍ଣ୍ଣତି କରଣ କାର୍ଯ୍ୟ ଗତବର୍ଷ ମାର୍ଚ୍ଚ ମାସରେ ଶେଷ ହୋଇଥିବା ବେଳେ ବର୍ତ୍ତମାନ ଏହି ରାସ୍ତା ଅବସ୍ଥା କହିଲେ ନସରେ ।କାର୍ଯ୍ୟ ଆରମ୍ଭ ସ୍ଥଳୀ ଠାରୁ କୁତ୍ରିମ ପୋଖରୀ ସୃଷ୍ଠି ହୋଇଛି । ସରକାର ଅଂଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉପଯୁକ୍ତ କାର୍ଯ୍ୟ ନିରୀକ୍ଷଣ ଅଭାବରୁ ସେସବୁ ଧୂଳିସାତ ହେଉଛି ।କୁକୁଡ଼ାବାଇ ଛକ ଯାହାକି ଇନ୍ଦ୍ରାବତୀ ନବରଙ୍ଗପୁର ମୁଖ୍ୟ ରାସ୍ତା ପାର୍ଶ୍ଵ ରୁ ଏହି ରାସ୍ତା ଆରମ୍ଭ ହୋଇଛି ଏବଂ ସେଠାରେ ହିଁ ଖାଲ ହୋଇ ପାଣି ଜମୁଛି ।ସେହି ରାସ୍ତା ଦେଇ ରାଜନୈତିକ ନେତା ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ଇନ୍ଦ୍ରାବତୀ ଯାଉଥିବା ବେଳେ ରାସ୍ତା କଡର ଏହି ରାସ୍ତା ଉପରେ କାହାରି ନଜର ପଡୁନାହିଁ ।ଚାଷୀ ବହୁଳ ଗ୍ରାମ କଙ୍ଗ୍ରା ମଧ୍ୟ ଏହି ରାସ୍ତା ର ମଧ୍ୟବର୍ତ୍ତୀ ଅଂଚଳରେ ଥିବାରୁ ଚାଷୀ ମାନେ ପ୍ରତିଦିନ ପନିପରିବା ନେବାଆଣିବା କରିବାରେ ଅସୁବିଧା ହେଉଥିବା କଙ୍ଗ୍ରା ଗ୍ରାମବାସୀ ପ୍ରକାଶ କରିଛନ୍ତି।ଖାଲି ସେତିକି ନୁହଁ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ପହଂଚିବା ରେ ମଧ୍ୟ ବିଳମ୍ବ ହେଉଥିବା କହିଛନ୍ତି ଗ୍ରାମବାସୀ।ଏହିଭଳି ଭାବରେ ଜେନ ତେନ ପ୍ରକାର କାର୍ଯ୍ୟ କରି ସରକାରୀ ଟଙ୍କା କୁ ଆତ୍ମସାତ କରି ମେଲେମାଲ ହେଉଛନ୍ତି ବିଭାଗୀୟ ଅଧିକାରୀ ,ଯନ୍ତ୍ରୀ ଏବଂ ଠିକାଦାର ।ସରକାରୀ ଅନୁଦାନ ଖର୍ଚ୍ଚ ସତ୍ୱେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଯାତାୟତ କରୁଛନ୍ତି ।ତେଣୁ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ରାସ୍ତା ମରାମତି ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।ଏନେଇ ବିଭାଗୀୟ ଯନ୍ତ୍ରୀ ରାଜେଶ କୁମାର ରୋସନଙ୍କୁ ଯୋଗାଯୋଗ କରିବାରୁ ସେ 60 ଲକ୍ଷ୍ୟ ଟଙ୍କା ର କାର୍ଯ୍ୟ ଦୁଇ କିସ୍ତି ରେ ହୋଇଥିବା ଏବଂ ଉମୁରି ଠାରୁ କଙ୍ଗ୍ରା ପର୍ଯ୍ୟନ୍ତ 5 କିମି ରାସ୍ତା ରେ 45 ଲକ୍ଷ୍ୟ ଖର୍ଚ୍ଚ ହୋଇଥିବା କହିଛନ୍ତି ।ତେବେ ଆଉ 4.870 କିମି ରାସ୍ତା କିଭଳି 15 ଲକ୍ଷ୍ୟ ରେ ସାରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।60 ଲକ୍ଷ୍ୟ ଟଙ୍କା ର ପ୍ରାୟ 10 କିମି ରାସ୍ତା ରେ ବିଭାଗୀୟ ଯନ୍ତ୍ରୀ କେଉଁ ଆଧାରରେ 5 କିମି ରାସ୍ତା ରେ 45 ଲକ୍ଷ୍ୟ ଖର୍ଚ୍ଚ କରାଇଲେ ସେନେଇ ମଧ୍ୟ ସନ୍ଧେହ ପ୍ରକାଶ ପାଉଛି ।ଏହି ଜର୍ଯ୍ୟ କୁ ବର୍ତ୍ତମାନ ସନ୍ଦେହ ପ୍ରକାଶ ପାଉଥିବା ବେଳେ ବୁଦ୍ଧିଜୀବୀ ମହଲରେ ସମାଲୋଚନା ହେଉଛି । ଏହି ଅଂଚଳର ବିକାଶ ଦିଗରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।
