ସ୍ବାମୀ ର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

ଵଣାଇଗଡ: ରିପୋର୍ଟ (ଲୋକନାଥ ସାମଲ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ସଵଡିଭିଜନ କୋଇଡା ଥାନା ଅଞ୍ଚଳରେ ପାରିବାରିକ ହିଂସା ରେ ପୁଣିଥରେ ଜଣଂକ ମୁଣ୍ଡ ଗଡିଥିଵା ଜଣାପଡିଛି, ଘଟଣା ରୁ ପ୍ରକାଶ ଯେ ମାଲଦା ପଞ୍ଚାୟତ ଅନ୍ତର୍ଗତ ଦଳିତା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୃତ କ ହେଲେ ଜପ ମୁଣ୍ଡା ସୂଚନା ଅନୁସାରେ କୈାଣସି କାରଣକୁ ନେଇ ଗତକାଲି ରମେଶ ମୁଣ୍ଡା ଓ ତା ସ୍ତ୍ରୀ ଜପ ମୁଣ୍ଡା ମଧ୍ୟରେ ପାରିବାରିକ କଳହ ହୋଇଥିଲା , ଏଥିରେ ରମେଶ ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀ କୁ ଠେଙ୍ଗା ରେ ଆକ୍ରମଣ କରିବା ସହିତ ପିଟିପିଟି ହତ୍ୟା କରିଦେଇଥିଲା କୋଇଡା ଅଞ୍ଚଳରେ ଶିକ୍ଷା ଓ ସଚେତନତା ଅଭାବରୁ ବାରମ୍ବାର ଏମିତି ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଅଛି ,ଜପ ମୁଣ୍ଡା କଂ ମୃତ୍ୟୁ ପରେ ବର୍ତ୍ତମାନ ୭ଜଣ କୁନିକୁନି ପିଲାମାନେ ଅନାଥ ହୋଇଯାଇଛନ୍ତି । ଅସହାୟ ଶିଶୁ ମାନଙ୍କୁ ତୁରନ୍ତ ଥ ଇଥାନ କରିବା ନିମନ୍ତେ ଗ୍ରାମ ବାସୀ ପ୍ରଶାସନ କୁ ଅନୁରୋଧ କରିଛନ୍ତି । ହତ୍ୟା ସମ୍ପର୍କରେ ଗ୍ରାମବାସୀ ଓ ସରପଞ୍ଚ ପୁଲିସ କୁ ଅବଗତ କରାଇବା ପରେ , ତୁରନ୍ତ ଘଟଣା ସ୍ଥଳରେ ପୁଲିସ ସମେତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସହିତ ଶବ ଜବତ କରି ରମେଶ ମୁଣ୍ଡା କୁ ଗିରଫ କରିଥିଲେ

Leave a Reply

Your email address will not be published. Required fields are marked *