ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି

ସୋର : ବିଳମ୍ବିତ ରାତିରେ ୪ ମନ୍ଦିରରୁ ସିରିଜ୍ ଚୋରି । ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ଗୋପୀନାଥପୁର ପଞ୍ଚାୟତ ଜୁକା ଅଞ୍ଚଳରୁ ରବିବାର ବିଳମ୍ବିତ ରାତିରେ ଶିବ ମନ୍ଦିର, ତାରିଣୀ ମନ୍ଦିର, ହନୁମାନ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି ହୋଇଯାଇଛି ।

ସେହିପରି ସିଙ୍ଗାଖୁଣ୍ଟ ଅଞ୍ଚଳର ବଂଶୀଧର ମନ୍ଦିରରୁ ରାଧାକୃଷ୍ଣଙ୍କ ପିତ୍ତଳ ବିଗ୍ରହ ସମେତ ଜଗନ୍ନାଥଙ୍କ ରୂପା ମୁକୁଟ ଓ ରାଧାକୃଷ୍ଣ ଠାକୁରଙ୍କ ଗହଣା ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ସୋର ଅଞ୍ଚଳରେ ଚୋରି ଦିନକୁ ବୃଦ୍ଧି ପାଉଥିବା ବେଳେ ସୋର ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଛି । ଅନ୍ୟପଟେ ପୋଲିସ ନାଇଟ୍ ପାଟ୍ରୋଲିଂ ଠିକ୍ ଭାବେ ହେଉନଥିବା ସାଧାରଣରେ ଅଭିଯୋଗ ହେଉଛି ।

Leave a Reply

Your email address will not be published. Required fields are marked *