ଦୁର୍ଦ୍ଦଶା ଭିତରେ ସାତ ପ୍ରାଣୀ କୁଟୁମ୍ବ । ଆବାସ ଯୋଜନା ବାଟ ବଣା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଂଚାୟତ ଅଧିନସ୍ଥ ପଥରଲସା ଗ୍ରାମ ଭତରା ସାହିର ହାରବତୀ ମାଝୀ (90) ପୁଅ ତ୍ରିଳଚନ ମାଝୀ (65 )ଙ୍କ ଦୁର୍ଦଶା କହିଲେ ନସରେ ପକ୍କା ଘର ଖଣ୍ଡେ ନଥିବାରୁ ଝାଟି ମାଟି ଜରି ମଧ୍ୟରେ କାଟୁଛି ସାତ ପ୍ରାଣୀ ଙ୍କ ଜୀବନ ।ଘର ଖଣ୍ଡେ ପାଇଁ ଆକୁଳ ନିବେଦନ କରି ନୟାନ୍ତ ହେବାପରେ ମଧ୍ୟ ପ୍ରଶାସନ ର ଦୃଷ୍ଟି ପଡୁନାହିଁ ଏହି ପରିବାର ଉପରେ ।ସରକାର ପ୍ରତି ପରିବାର ମୁଣ୍ଡରେ ଆବାସ ପାଇଁ ବିଭିର୍ଣ୍ଣ ଯୋଜନାରେ ଲୋକଙ୍କୁ ଘର ଯୋଗାଇବା ପାଇଁ ପ୍ରୟାସ କରୁଥିବା ବେଳେ ପ୍ରଶାସନିକ ଅଧିକାରୀ ଙ୍କ ଉପଯୁକ୍ତ ନିରୀକ୍ଷଣ ଅଭାବରୁ ଆବାସ ଯୋଜନାରୁ ବଂଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ।
ଅମାନିଆ ଦୁନିଆରେ, ରକ୍ଷକ ଯେତିକି ନା ଭକ୍ଷକ ସେତିକି। ଯାହାକୁ ଶାସନ କଳ ପ୍ରଧାନ କରିବ ସେ ଗରିବ ର ଟଙ୍କା ଲୁଟି ଖାଇବାରେ ଵ୍ୟସ୍ତ। କେଉଁଠି ଘର ହଡ଼ପ ତ କେଉଁଠି ସ୍କୁଲ ପିଲାଙ୍କ ଚାଉଳ ଲୁଟ।
ପ୍ରଶ୍ନ ଉଠୁଛିଯେ ସରକାରଙ୍କ ର ମାଳ ମାଳ ଯୋଜନା କାହାପାଇଁ? ବିପର୍ଯ୍ୟୟ ପାଣ୍ଠିରୁ ସାହାଯ୍ୟ ପାଉଛି କିଏ? ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଘର ହାତଉ ଥିବା ବେଳେ ଏଭଳି ଗରିବଙ୍କ ଯୋଜନା ପହଂଚୁ ନାହିଁ କାହିଁକି?ଯୋଜନା କଣ ଭୋଟ୍ ପାଇଁ। ତ୍ରିଳଚନ ମାଝୀ ଙ୍କ ବୃଦ୍ଧା ମାଁ ର ବୟସ ପ୍ରାୟ ୯୦ ଛୁଇଁବା ଉପରେ ଚର୍ମ ଧୁଡୁଧୁଡୁ ହେଲାଣି,ଭଲକରି ଅଂଟା ସଲାଖି ଚିଡାହେବାର ଶକ୍ତି ନାହିଁ। କିନ୍ତୁ ପ୍ରଶାସନ ର ଦୃଷ୍ଟି ପଡୁନାହିଁ।ଏଣେ ପୁଅର ବୟସ ୬୫ରୁ ୭୦ ହେଲାବେଳେ ସରକାରୀ ପଦଵୀ ରେ କାମ କରୁଥିବା ବଡ ଲୋକ ହଉ ବା,ଏ ଗାଁ ଥିବା ସରପଞ୍ଚ,ସମିତି ମେମ୍ବର ଏମାନଙ୍କର ଦୃଷ୍ଟି ପଡୁନାହିଁ ବା ଲୁଟ କରି ଖାଇବାରେ ବ୍ୟସ୍ତତା।
ତେଣୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତ୍ରିଳଚନ ମାଝୀ ଙ୍କ ପରିବାର।ପେନସନ ଟିଏ ଓ ପାଞ୍ଚ କିଲୋ ଚାଉଳ ଦେଇ ସବୁ କାମ ସାରି ଦେଇଛି ପ୍ରଶାସନ ପରିବାର ତମାମ ଦୁର୍ଦ୍ଦଶା ଦେଖି ତୁରନ୍ତ ସମସ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *