ଆକ୍ରମଣରେ ୩ଗୁରୁତର

ନୀଳଗିରି: ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ବ୍ଲକର ୨ଟି ଗାଁ ର ଲୋକ ପ୍ରଜାକୋର୍ଟ କରି କିଛି ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୩ଜଣ କ୍ଷତାକ୍ତ ହୋଇ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି। ବରହମପୁର ଥାନା ତେଲିପାଳ ନିକଟସ୍ଥ ପୁଟିବନ୍ଧ ଗାଁର ଘାସିରାମ ସିଂ(୬୫) ନାମକ ବୃଦ୍ଧ ଗୁଣି ଗାରେଡ଼ି କରି ଅଞ୍ଚଳ ଲୋକଙ୍କ ଦେହ ଅସୁସ୍ଥ କରାଉଥିବା ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ। ଏନେଇ ହୁଡ଼ିସାହି ଓ ପୁଟିବନ୍ଧ ଗାଁର ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଶନିବାର ସକାଳେ ଏକ ପ୍ରଜାକୋର୍ଟ ବସିଥିଲା। ଏହି ପ୍ରଜାକୋର୍ଟରେ ଉକ୍ତ ବୃଦ୍ଧଙ୍କୁ ୯୫ହଜାର ଟଙ୍କା ଜରିମାନା କରାଯାଇଥିଲା। ଏଥିରେ ପ୍ରତିବାଦ କରିବାରୁ ବୃଦ୍ଧଙ୍କ ପୁଅ ପଣ୍ଡା ସିଂ, ମୁନସି ସିଂ ଓ ପଡ଼ୋଶୀ ଦୁକୁଡୁ ସିଂ କୁ ନିସ୍ତୁକ ମାଡ଼ ମରାଯାଇ କ୍ଷତାକ୍ତ କରାଯାଇଛି। ସମ୍ପ୍ରତି ଗାଁ ରେ ପରିସ୍ଥିତି ଉତେଜନା ରହିଛି। ଥାନା ଓଆଇସି ହେମନ୍ତ ମାଝୀ ଦିନ ୧୨ଟା ରେ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। କ୍ଷତାକ୍ତ ହୋଇଥିବା ଲୋକଙ୍କୁ ଗୁରୁତର ଅବସ୍ଥାରେ ବରହମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *