୭୭୯ଲିଟର ଦେଶୀମଦ ଜବତ,୪୨୦୦ଲିଟର ପୋଚ ନଷ୍ଟ

ଗୁରୁଡିଝାଟିଆ : ଜିଲ୍ଲା ସ୍ୱତନ୍ତ୍ର ଭ୍ରାମ୍ୟମାଣ ଅବକାରୀ ଦଳ ଓ ଆଠଗଡ ଅବକାରୀ ବିଭାଗ ଅଧିକାରୀଙ୍କ ମିଳିତ ଭାବେ ଆଜି ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଓର୍ଦା ନିକଟସ୍ଥ ଜଙ୍ଗଲରେ ଚଢାଉ କରାଯାଇଥିଲା । ରନ୍ଧନ କେନ୍ଦ୍ର ନିକଟରେ ଅତର୍କିତ ଭାବରେ ଅବକାରୀ କେନ୍ଦ୍ର ନିକଟରେ ପହଞ୍ଚି ସଂପୂର୍ଣ୍ଣ ପ୍ରସ୍ତୁ୍ତ ହୋଇ ବାହାରକୁ ଚୋରା ଚାଲାଣ ପାଇଁ ଥିବା ୭୭୦ ଲିଟର ଦେଶୀମଦ ଓ ମଦ ପ୍ରସ୍ତୁତପାଇଁ ଥିବା ୪୨୦୦ଲିଟର ପୋଚକୁ ନଷ୍ଟ କରାଯାଇଛି । ଜିଲ୍ଲା ଭ୍ରାମ୍ୟମାଣ ସ୍ୱତନ୍ତ୍ର ଅବକାରୀ ନିରୀକ୍ଷକ ସଞ୍ଜିତ କୁମାର ବାର୍ଲା ,କେଶବ ଦାସ,ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ ଚୌଧୁରୀ, ସହାକରୀ ନିରୀକ୍ଷକ ବିଜୟ କୁମାର ଭଞ୍ଚ ପ୍ରମୁଖ ଚଢାଉରେ ଭାଗନେଇ ଦେଶୀମଦ ଜବତ ସହିତ ପୋଚ ନଷ୍ଟ କରିଥିଲେ। ମୁଣ୍ଡ ଉପରେ ଦଶହରା ଥିବାରୁ ଏହି ଚଢାଉକୁ ଆହୁରି ଜୋରଦାର କରାଯିବ ବୋଲି ନିରୀକ୍ଷକ ଶ୍ରୀ ବାର୍ଲା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *