ସ୍ଲଗ-ବନ୍ଧୁକ କାରଖାନା

ବେଆଇନ ବନ୍ଧୁକ ତିଆରି କାରଖାନା ଠାବ , ଜଣେ ଗିରଫ। ଗତକାଲି ରାତିରେ, ଏକ ବିଶେଷ ସୂତ୍ର ରୁ ଖବର ପାଇ ପରଜଙ୍ଗ ଥାନା ଓ ମହାବିରୋଡ଼ ପୋଲିସ ଫାଣ୍ଡି ଏହି କାରାଖାନାରେ ଚଢାଉ କରିଥିଲେ। ପରଜଙ୍ଗ ଥାନା ଅନ୍ତର୍ଗତ ବାମ ଗ୍ରାମ ର ଭୁତୁଭୁତିଆ ସାହି ର ମଙ୍ଗୁଲୁ ମହାରଣା ଙ୍କ ଘରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ତିଆରି କାରଖାନା କୁ ଠାବ କରିଛନ୍ତି।

ସେଠୁ ସମ୍ପୂର୍ଣ୍ଣ ତିଆରି ବନ୍ଧୁକ, ଅଧା ତିଆରି ବନ୍ଧୁକ, ଲୁହା ଓ କାଠ ସାମଗ୍ରୀ, ବନ୍ଧୁକ ତିଆରି ଯନ୍ତ୍ରପାତି ଆଦି ଜବତ କରାଯାଇଛି।
ଏହି କାରଖାନା ଚଳାଉ ଥିବା ମଙ୍ଗୁଲୁ ମହାରଣା କୁ ଭୁତୁଭୁତିଆ ସାହି କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଉଛି।
ଏହି କାରଖାନା ରୁ ବନ୍ଧୁକ ତିଆରି କରି ସେ ଜିଲ୍ଲା ଓ ବାହାରେ ବିକ୍ରି କରୁଥିଲେ

Leave a Reply

Your email address will not be published. Required fields are marked *