ବଣାଇଗଡ: ରିପୋର୍ଟ (ଲୋକନାଥ ସାମଲ)
ବଣାଇଗଡ ସ୍ଥିତ ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟ ର ସଭାଗୃହ ରେ , ଆଜି ସକାଳ ୧୦ ଘଟିକା ସମୟରେ ବଣାଇ ବନଖଣ୍ଡ ର ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଆଞ୍ଚଳିକ ମୁଖ୍ୟ ଵନସଂରକ୍ଷକ ଡଃ ଅରୁଣ କୁମାର ମିଶ୍ର ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ ବଣାଇ ବନଖଣ୍ଡ ଅଧିକାରୀ ସନତ୍ କୁମାର ଏନ୍, ବଣାଇ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚନ୍ଦ୍ର ଶେଖର ଗଡ଼ନାୟକ, ହାଇସ୍କୁଲର ପ୍ରଧାନ ଶିକ୍ଷକ, ଗଂଗାଧର ମିଶ୍ର, ଅବସର ପ୍ରାପ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ଶୁଭେନ୍ଦୁ ନାଥ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି କଂ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ କରିବା ସହିତ, ହାଇସ୍କୁଲର ଛାତ୍ର, ଛାତ୍ରୀ ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା, ସ୍ବାଗତ ଭାଷଣ ରେ ମୁଖ୍ୟ ଅତିଥି ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ତଥା ବନ କର୍ମଚାରୀ ମାନଙ୍କୁ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଦେଶରେ ଦିନକୁ ଦିନ ବନ୍ୟ ଜନ୍ତୁ, ବିଲୋପ, ଓ ତାଂକ ରି ସୁରକ୍ଷା, ଜୈବ ବିବିଧତା ,ଓ ପ୍ରଦୂଷଣ,ରୁ ପରିବେଶ କୁ କିପରି ସୁରକ୍ଷା ଦେଇ ପାରିଵା ସେ ସମ୍ପର୍କରେ ଆଲୋକପାତ କରିଥିଲେ, ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ସ୍କୁଲ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବନ୍ୟଜନ୍ତୁ,ଓ ପରିବେଶ ସମ୍ବନ୍ଧରେ ଏକ ପ୍ରଶ୍ନତ୍ତୋର କାର୍ଯ୍ୟ କ୍ରମ କରାଯାଇଥିଲା, କାର୍ଯ୍ୟ କ୍ରମ କୁ ମୁଖ୍ୟ ତ ବନଖଣ୍ଡ କାର୍ଯ୍ୟାଳୟ ର ଅତିରିକ୍ତ ଵନସଂରକ୍ଷକ ମହେନ୍ଦ୍ର କୁମାର ନାଥ, ଯଶୋବନ୍ତ କରାଳି, ପ୍ରକାଶ ତିର୍କି ଙ୍କ ସମେତ ବଣାଇ ବନଖଣ୍ଡ ର ସମସ୍ତ ରେଞ୍ଜ ଅଧିକାରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆଗେଇ ନେବା ସହିତ ଶେଷ ରେ ମୁଖ୍ୟ ଅତିଥି କଂ ଦ୍ଵାରା କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା
