ମୋହନା : ରାଜ୍ୟରେ ଏବେ ଦିନକୁ ଦିନ ନାବାଳିକା ଅପହରଣ ବଢିବାରେ ଲାଗିଛି ତ କେଉଁଠି ବିବାହର ପ୍ରଲୋଭନ ଦେଖାଇ ନାବାଳିକା- ସାବାଳିକା ମାନଙ୍କ ସହ ଦୁଷ୍କର୍ମ ହେଉଛି । ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ପଞ୍ଚାୟତର ଜଣେ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀ ନିଖୋଜ ନେଇ ନାବାଳିକାଙ୍କ ବାପା ମନୋରଞ୍ଜନ ଘଡେଇ ଅଡ଼ବା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ପ୍ରକାରେ ଗତ ୩୦ରେ ତାଙ୍କ ଝିଅ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜା ଖୋଜି କରିବା ପରେ ଝିଅକୁ ନ ପାଇ ଥାନାର ଆଶ୍ରୟ ନେଇଥିଲେ। ଥାନାରେ ଏ ସଂପର୍କରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ତାଙ୍କ ଟିମ ବହୁ ଖୋଜାଖୋଜି କରି ସେହି ଦିନ ହିଁ ନଳାଘାଟ ଫାଣ୍ଡି ଅଞ୍ଚଳରୁ ନିଖୋଜ ନାବାଳିକା ଓ ଯୁବକଙ୍କୁ ଉଦ୍ଧାର କରି ନାବାଳିକାଙ୍କ ପରିବାରକୁ ଡକାଇ ଡାକ୍ତରୀ ମାଇନ ପାଇଁ ଉଭୟଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।
