ମାଟି ତଳୁ ବିପୁଳ ପରିମାଣ ର ବିସ୍ପୋରକ ଜବତ

ରିପୋର୍ଟ-ସଞ୍ଜୟ କୁମାର ମିଶ୍ର
ମାଟି ତଳୁ ବିପୁଳ ପରିମାଣ ର ବିସ୍ପୋରକ ଜବତ, ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଲୁଣିବାର ମୌଜା ର ମାଟି ତଳୁ ବିପୁଳ ପରିମାଣ ର ବିସ୍ପୋରକ ଜବତ ହୋଇଛି. ପୂର୍ବରୁ ବଉଳମାଳ ପଂଚାୟତ ଓ ଲୁଣିବାର ମୌଜା ରୁ ଗଛିତ ଥିବା ଆମୋନିଆ ନାଇଟ୍ରେଟ ଓ ଜିଲୋଟିନ ଜବତ କରିବା ସହ ଷ୍ଟୋର କୁ ସିଲ କରାଯାଇ ଥିଲା. ପୁନର୍ବାର ଜେନାପୁର ପୋଲିସ ଓ ଧର୍ମଶାଳା ତହସିଲଦାର ଙ୍କ ଉପସ୍ଥିତି ରେ ଲୁଣିବାର ମୌଜା ରୁ ବିପୁଳ ପରିମାଣ ର ବିସ୍ପୋରକ ଜବତ ହୋଇଛି. ଏହି ବିସ୍ପୋରକ ସ୍ଥାନୀୟ କଳାପଥର ପାହାଡ଼ ବ୍ଲାଷ୍ଟି ରେ ବ୍ୟବହୃତ କରାଯାଏ. ଜେନାପୁର ଥାନା ଅଂଚଳ ର କିଛି ପାହାଡ଼ ମାଲିକ ମାନେ ଏହି ବିସ୍ପୋରକ କୁ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଛିତ କରିଥିଲେ. ଏନେଇ ଜେନାପୁର ପୋଲିସ ଦୁଇ ଜଣ ପାହାଡ଼ ମାଲିକ ଙ୍କ ନାମରେ ପୋଲିସ ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ ପାହାଡ଼ ମାଲିକ ମାନେ ଫେରାର ହୋଇ ଯାଇଛନ୍ତି. ଏ ନେଇ ପ୍ରଶାସନ ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ. ଏ ନେଇ ତହସିଲଦାର ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି. ବାରୁଦ ଗଦା ଉପରେ ଚଢେଇଧରା ଅଂଚଳ ରହିଥିବା ବେଳେ ପ୍ରଶାସନ କେବେ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *