ଚୋରଙ୍କୁ କାବୁ କଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଦ୍ମଗିରି ପଞ୍ଚାୟତରେ ବୁଧବାର ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ରାଜ୍ୟର କିଛି ଚୋର ଗାଁକୁ ଚୋରି କରିବା ଉଦେଶ୍ୟ ନେଇ ପଶି ଆସିଥିଲେ । ଚୋ ମାନେ ପଦ୍ମଗିରି ଗ୍ରାମରେ ପଶି ଚୋରି କରିବାକୁ ଯାଉଥିବା ବେଳେ ଗ୍ରାମର କିଛି ଲୋକ ଏହି ଚୋର ଗ୍ୟାଙ୍ଗକୁ ଦେଖି ଏମାନଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେହି ଚୋରମାନଙ୍କ ନିକଟରେ ନକଲି ବନ୍ଧୁକ ଥିବାରୁ ସେହି ନକଲି ବନ୍ଧୁକ ଦେଖାଇ ଚୋରମାନେ ଖସି ଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ୭ ଜଣ ଚୋରଙ୍କ ମଧ୍ୟରୁ ୪ ଜଣ ଖସି ପଳାଇଥିବା ବେଳେ ତିନି ଜଣ ଚୋର ଗ୍ରାମବାସୀଙ୍କ ଦ୍ବାରା ଧରା ପଡିଥିଲେ । ଗ୍ରାମବାସୀମାନେ ସେହି ତିନିଜଣ ଚୋରଙ୍କୁ ଅଟକାଇ ମାଡ ମାରିବା ସହ ସେମାନଙ୍କ ନିକଟରେ ଥିବା ୩ ଟି ବନ୍ଧୁକ ଜବତ କରିଥିଲେ ଓ ପୁଲିସକୁ ଖବର ଦେଇଥିଲେ । ପୁଲିସ ସେଠାରେ ପହଞ୍ଚି ସେହି ଚୋରମାନଙ୍କୁ ଗାଁରୁ ଆଣି ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରୁଛି ।

Leave a Reply

Your email address will not be published. Required fields are marked *