ବନବିଭାଗ ଦ୍ୱାରା ଆୟୋଜିତ ହକି ପ୍ରତିଯୋଗିତା ଉଦଯାପିତ

ବଣାଇ: ରିପୋର୍ଟ (ଲୋକନାଥ ସାମଲ)
ବଣାଇ ବନଖଣ୍ଡ କୁଳିପୋଷ ରେଞ୍ଜ ଅନ୍ତର୍ଗତ ଖଣ୍ଡାଧାର ଜଳପ୍ରପାତ ପାଦଦେଶରେ ଥିବା ବୁଢା ଭୂଇଁ ଖେଳ ପଡିଆ ଠାରେ ଚାଲିଥିବା ବନ ସୁରକ୍ଷା ସମିତି ର ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ଏଥିରେ ମୋଟ ୧୮ଟି ବନସୁରକ୍ଷା ସମିତି ଭାଗନେଇ ଥିଲେ, ଉଦଯାପନୀ ମ୍ୟାଚ ରେ ଟ୍ରାଇବ୍ରେକର ଯୋଗେ୪/୩ ଗୋଲରେ ବୁଢା ଭୂଇଁ ଦଳ ନୂଆଁ ଗାଁ ଦଳକୁ ହରାଇ ଚମ୍ପିୟାନ ହେଇଥିଲା , ପୁରସ୍କାର ବିତରଣି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଆଞ୍ଚଳିକ ଵନସଂରକ୍ଷକ ଡଃ ଅରୁଣ କୁମାର ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବଣାଇ ବନଖଣ୍ଡ ଅଧିକାରୀ ସନତ୍ କୁମାର ଏନ୍, ସହକାରୀ ଵନସଂରକ୍ଷକ ମହେନ୍ଦ୍ର କୁମାର ନାଥ, କୁଳିପୋଷ ରେଞ୍ଜ ଅଧିକାରୀ ମୁକ୍ତିକାନ୍ତ ପରିଡ଼ା,ଖୁଣ୍ଟଗାଁ ସରପଞ୍ଚ ଅଜୟ କୁମାର ନାୟକ,ତାଳବାହାଳି ସରପଞ୍ଚ ବୁନୁ ନାଏକ ପ୍ରମୁଖ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ଓ ପୁରସ୍କାର ବିତରଣ କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟ କ୍ରମ କୁ ବନପାଳ କୈଳାସ ଚନ୍ଦ୍ର କିସାନ କଂ ନେତୃତ୍ବରେ କୁଳିପୋଷ ବନାଞ୍ଚଳର,ଡେରୁଳା ନନ୍ଦ ଗଡ଼ନାୟକ, ବନରକ୍ଷୀ ଶୁକମୁନି କିସାନ, ବିଜୟ ଲକ୍ଷ୍ମୀ ପାତ୍ର ସମେତ ଖଣ୍ଡାଧାର ବନସୁରକ୍ଷା ସମିତି ର ସଭାପତି ବୀର ଦେହୁରୀ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ

Leave a Reply

Your email address will not be published. Required fields are marked *